ତୃତୀୟ ଲହର ଆଶଙ୍କା, ଓଡ଼ିଶା ସରକାରଙ୍କ ପ୍ରସ୍ତୁତି

0

ଭୁବନେଶ୍ୱର: ତୃତୀୟ ଲହର ପାଇଁ ଓଡ଼ିଶା ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ବର୍ତ୍ତମାନ ସମୟରେ ତୃତୀୟ ଲହର ଏକ ଆକଳନ ମାତ୍ର । ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଟୀକାକରଣକୁ ଜୋରଦାର କରାଯାଇଛି । ସେହିପରି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ ଡିଏମଇଟି କହିଛନ୍ତି, କୌଣସି ଜିନିଷ ନିର୍ଦ୍ଦିଷ୍ଟ ନୁହେଁ । ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ । ସଂକ୍ରମିତ ଏମିତି କମ ବେଶି ହୋଇଥାଏ ।