(ବ୍ୟୁରୋ): ବାସ୍ତୁ ନିୟମ ଅନୁଯାୟୀ ଝୋଟି ଦିଗ ଓ ରଙ୍ଗ ଅନୁଯାୟୀ ଅଙ୍କନ କରିବା ଉଚିତ । ଏପରି କରିବା ଦ୍ୱାରା ଜୀବନରେ ହସଖୁସି,ସୁଖସମୃଦ୍ଧି ଆସିଥାଏ । ଝୋଟି ଆଙ୍କିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରେ ସକରାତ୍ମକ ଶକ୍ତି ଆସିଥାଏ । ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହି କାରଣରୁ ହିଁ ପ୍ରତ୍ୟେକ ଶୁଭ ଅବସରରେ ବିଭିନ୍ନ ରଙ୍ଗ ଓ ଫୁଲ ଝୋଟି ଅ।ଙ୍କିବାର ପରମ୍ପରାର ରହିଛି । ଏହି ଝୋଟି ପାଇଁ ଅଟା, ·ଉଳ, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଅ।ଦି ବ୍ୟବହାର କରାଯାଇଥାଏ ।
ପୂର୍ବମୁଖୀ ଘରର ମୁଖ୍ୟଦ୍ୱାରରେ ଝୋଟି ଆଙ୍କିଲେ, ଘରେ ସର୍ବଦା ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଅଣ୍ଡାକାର ଝୋଟି ପକାନ୍ତୁ । ପୂର୍ବ ଦିଗରେ ଏହି ଆକାରର ଝୋଟି ପକାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଝୋଟି ପାଇଁ ଲାଲ, ହଳଦିଆ, ସବୁଜ, ଗୋଲାପି, ନାରଙ୍ଗୀ, ଆଦି ବ୍ୟବହାର କରନ୍ତୁ । ଉତ୍ତରମୁଖୀ ଘର ପାଇଁ ଉତ୍ତର ଦିଗରେ ଲହରୀ ଆକାରର ଝୋଟି ଅଙ୍କନ କରନ୍ତୁ । ଏଥିପାଇଁ ହଳଦିଆ, ସବୁଜ ଓ ଆକାଶୀର ରଙ୍ଗ ବ୍ୟବହାର କରନ୍ତୁ । ଏହା ଖୁବ ଶୁଭ । ଦକ୍ଷିଣପୂର୍ବରେ ତ୍ରିକୋଶ ଏବଂ ଦକ୍ଷିଣ ମୁଖୀ ଘରରେ ସୁନ୍ଦର ଆୟତକାରର ଝୋଟି ପକାନ୍ତୁ ।
ଏଥିପାଇଁ ଗାଢ ଲାଲ, ନାରଙ୍ଗୀ, ଗୋଲାପି ଓ ବାଇଗଣୀ ରଙ୍ଗର ବ୍ୟବହାର କରନ୍ତୁ । ଏହାଦ୍ୱାରା ଅ।ପଣଙ୍କ ଜୀବନରେ ସୁଖ,ଯଶ ଏବଂ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଥାଏ । ପଶ୍ଚିମମୁଖୀ ଘରର ପାଇଁ ସୁନେଲି ଓ ଧବଳ ରଙ୍ଗ ଝୋଟି ପାଇଁ ବ୍ୟବହାର କରନ୍ତୁ । ବୃତ୍ତାକାରର ଝୋଟି ଆଙ୍କନ୍ତୁ । ସୁନେଲି ଓ ଧବଳ ରଙ୍ଗ ସହ ଲାଲ, ହଳଦିଆ, ଲାଲ, ହାଲକା ସବୁଜ ରଙ୍ଗ ମଧ୍ୟ ବ୍ୟବହାର କରନ୍ତୁ । ପଞ୍ଚକୋଣ ଆକାରର ଝୋଟି ଅଙ୍କନ କରନ୍ତୁ ।