କଳାହାଣ୍ଡି : ଗତ ଦୁଇ ଦିନରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ନୂଆପଡା ଗ୍ରାମରେ ଡାଇରିଆ ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଥିଲେ।ତିନି ଜଣ ସଙ୍କଟାପନ୍ନ ଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ତେବେ ଆଜି ଗାଁ କୁ ଜିଲ୍ଲା ଡାକ୍ତରି ଦଳ ସହ ଜୟପାଟଣା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସହ ଆଶା କର୍ମୀ ଗାଁ ର ସ୍ଥିତି ଅନୁଧ୍ୟାନ କରିଛନ୍ତି।ପ୍ରାଥମିକ ସୂଚନା ଅନୁଯାୟୀ ଗାଁ ରେ ଥିବା ପୋଖରୀ ରେ ଗାଁ ଲୋକେ ଗାଧୋଇବା ସହ ଶୌଚ, ଲୁଗାପଟା ସଫା ଓ ଅଇଁଠା ବାସନକୁସନ ମଧ୍ୟ ଧୋଉଛନ୍ତି।
ତେବେ ଏଥିର ପାଣି ସଂକ୍ରମିତ ହେବା ସହ ଡାଇରିଆ ବ୍ୟାପିଥାଇ ପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ସନ୍ଧେହ କରୁଛି।ଗାଁ ରେ ଏକ ଡାକ୍ତରି ଟିମ ରହିବା ସହ ପ୍ରେତକ ଘର କୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି।ଡାକ୍ତରି ଦଳ ପାଣି ପରୀକ୍ଷା କରିବା ସହ ବିଭିନ୍ନ ସ୍ଥାନରେ ବଲ୍ଲିଚିଂ ପାଉଡର ପକାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।।ଅନ୍ୟପକ୍ଷରେ ଗାଁ ରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ପ୍ରେତକ ସ୍ଥାନ ରେ କାଦୁଅ ରହିବା ସହ ଶୌଚାଳୟ ଅଚଳ ହେବା ସହ ବାସନ ଧୋଇବା ସ୍ଥଳ ଅପରିଷ୍କାର ରହିଛି।