ଭୁବନେଶ୍ୱର:ଭାରତ ଏକ ଧାର୍ମିକ ଦେଶ |ଏଠି ଅନେକ ଧର୍ମାବଲମ୍ବୀ ଲୋକ ବାସକରନ୍ତି |ସେଠି ମଧ୍ୟରୁ ହ୍ୱିନ୍ଧୁ ଧର୍ମରେ ଅନେକ ଲୋକ ବାସକରନ୍ତି |ହିନ୍ଦୁ ଧର୍ମରେ ଭଗବାନଙ୍କୁ ଲୋକେ ପୂଜାକରନ୍ତି |ହେଲେ ଭଗବାନଙ୍କୁ ପୂଜା କରିବା ପାଇଁ ଭକ୍ତି ଓ ଶ୍ରଦ୍ଧା ଆବଶ୍ୟକ। ଏହାସହିତ କିଛି ନିୟମ ମଧ୍ୟ ଅଛି, ଯାହାକୁ ମାନିବା ଉଚିତ। ପୂଜା କରିବା ସମୟରେ ଅଜାଣତରେ ଏମିତି ଅନେକ କିଛି ଭୁଲ୍ ହୋଇଯାଏ ଯାହାର ପରିଣାମ ବିଷମ ପରିସ୍ଥିତି ସୃଷ୍ଟି କରେ। ତେଣୁ ପୂଜା କରିବା ସମୟରେ କିଛି ନିୟମ ଜାଣିରଖନ୍ତୁ।ଗଣେଶଙ୍କୁ ତୁଳସୀ, ଦେବୀ ଦୁର୍ଗାଙ୍କୁ ଦୂବ ଏବଂ ସୂର୍ଯ୍ୟଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ନାହିଁ।ଘିଅ ଦୀପକୁ ସବୁବେଳେ ଡାହାଣ ପଟରେ ଏବଂ ତେଲ ଦୀପକୁ ବାମ ପଟରେ ରଖିବା ଉଚିତ। ଜଳପାତ୍ର, ଧୂପଦାନି ଓ ଘଣ୍ଟିକୁ ବାମ ପାଖରେ ରଖନ୍ତୁ।
ଦେବାଦେବୀଙ୍କୁ ସ୍ନାନ କରିବା ପରେ ଅନାମିକା ଆଙ୍ଗୁଠିରେ ଚନ୍ଦନ ତିଳକ ଲଗାନ୍ତୁ।
ଗଣେଶ, ହନୁମାନ ଓ ମା’ ଦୁର୍ଗାଙ୍କ ମୂର୍ତ୍ତିରୁ ସିନ୍ଦୂର ନେଇ ମଥାରେ ଲଗାନ୍ତୁ ନାହିଁ।
ଆଳତି କରିବା ସମୟରେ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ, ଧୂପ ଓ କର୍ପୂର ଲଗାନ୍ତୁ ନାହିଁ।
ପୂଜାସାମଗ୍ରୀ ପାଖରେ ନଥିଲେ, ତା’ ସ୍ଥାନରେ ଫୁଲ କିମ୍ବା ଅକ୍ଷତ ଅର୍ପଣ କରନ୍ତୁ।
ସେହିପରି ଅନେକ ଲୋକ ଅଛନ୍ତି ଯିଏ ଠାକୁର ପୂଜା କରିବା ବାସନରୁ ଭୋଗ ଆଣି ଖାଇଦିଅନ୍ତି |ଏପରି ଭୁଲ କେବେ ଭି କରନ୍ତୁ ନାହିଁ ଠାକୁରଙ୍କୁ ଅଲଗା ବାସ୍ନାରେ ଖାଇବାକୁ ଦିଅନ୍ତୁ |ଭୋଗ ଲଗେଇବାର କିଛି ସମୟ ପରେ ହାନି ସେ ବାସନାକୁ ଧୋଇ ଦିଅନ୍ତୁ | ଏମିତି କରିଲେ ଭଗବାନ ଖୁସି ହୁଅନ୍ତି ଓ ଅନେକ ଆଶୀର୍ବାଦ ମଧ୍ୟ ଦିଅନ୍ତି |