ଟୀକା ଦେଲେ ପ୍ରେମିକାଙ୍କୁ ଛାଡ଼ିଦେବେ ପ୍ରେମିକ

କରୋନା ସଙ୍କଟରୁ ରକ୍ଷା ପାଇବା ଲାଗି ଟିକା ବହୁତ ଜରୁରୀ ପାଲଟିଯାଇଛି । କିନ୍ତୁ ବ୍ରିଟେନରେ ଜଣେ ଯୁବକ ନିଜ ପ୍ରେମିକାଙ୍କ ଟିକା

0

(ଦିଲ୍ଲୀ) : କରୋନା ସଙ୍କଟରୁ ରକ୍ଷା ପାଇବା ଲାଗି ଟିକା ବହୁତ ଜରୁରୀ ପାଲଟିଯାଇଛି । କିନ୍ତୁ ବ୍ରିଟେନରେ ଜଣେ ଯୁବକ ନିଜ ପ୍ରେମିକାଙ୍କ ଟିକା ନେବାକୁ ନେଇ ଅଜବ ଧମକ ଦେଇଛନ୍ତି । ପ୍ରେମିକା କରୋନା ଟିକା ନେଲେ ତାଙ୍କ ସହ ସମ୍ପର୍କ ଛିନ୍ନ କରିବେ ବୋଲି ଧମକ ଦେଇଛନ୍ତି । ଯୁବତୀ ଜଣକ ନିଜ ପ୍ରେମିକଙ୍କର ଏହି କଥା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଛନ୍ତି ।

ସୂଚନାନୁଯାୟୀ , ସେ କହିଛନ୍ତି, ଉଭୟ ଗତ ବର୍ଷରୁ ଏକାଠି ଅଛନ୍ତି । କରୋନାର ପ୍ରଥମ ଡୋଜ୍‌ ସେ ପୂର୍ବରୁ ନେଇଥିଲେ । କିନ୍ତୁ ୨ୟ ଡୋଜ୍‌ ନେବା ସମୟ ହେବାରୁ ପ୍ରେମିକ ତାଙ୍କୁ ଅଜବ ଧମକ ଦେବା ଆରମ୍ଭ କରିଦେଲେ । ଟିକା ନେବାକୁ ସିଧା ସିଧା ମନା କରିଦେଲେ । ସେ ଯଦି ଟିକା ନିଅନ୍ତି, ତେବେ ବ୍ରେକ୍‌ଅପ କରିଦେବେ ବୋଲି ଧମକ ଦେଲେ । ଯୁବତୀ ପ୍ରଥମେ ଭାବିଲେ ଯେ ପ୍ରେମିକ ତାଙ୍କ ସହ ମଜା କରୁଛନ୍ତି । କିନ୍ତୁ ପରେ ଜଣାପଡ଼ିଲା, ସେ ଗମ୍ଭୀର । ଟିକାକରଣ ପୂରଣ ନ ହେଲେ ପଢ଼ା ବନ୍ଦ ହୋଇଯିବ, ଟିକା ନ ନେଲେ ପ୍ରେମିକ ଛାଡ଼ିଦେବେ । ଏ ନେଇ ବ୍ୟସ୍ତ ହୋଇ ଯୁବତୀ ସୋସିଆଲ ମିଡିଆରେ ୟୁଜର୍‌ଙ୍କ ରାୟ ମାଗିଛନ୍ତି । ପ୍ରେମିକର ଚିନ୍ତା ନ କରି ଟିକା ନେବା ଉଚିତ ବୋଲି କିଛି ୟୁଜର୍‌ କହିଛନ୍ତି ।