ଭୁବନେଶ୍ବର: ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ହେଲେ ଡାକ୍ତର ନିରଞ୍ଜନ ମହାନ୍ତି | ଅନ୍ତର୍ଜାତୀୟ ସଂଗଠନ ପକ୍ଷରୁ ତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଦିଆଯାଇଛି | ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ଉଚ୍ଚତର ଗବେଷଣାରେ ଅବଦାନ ନିମନ୍ତେ ଡାକ୍ତର ନିରଞ୍ଜନ ମହାନ୍ତି ନିକଟରେ ‘ଭି. ଡି. ଗୁଡ୍ ପ୍ରଫେସ୍ନାଲ୍ ଆସୋସିଏସନ୍’ ପକ୍ଷରୁ ୨୦୨୨ ବର୍ଷ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି | ଏହି ସଂସ୍ଥାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମ୍ୟାନେଜ୍ମେଣ୍ଟ୍ କ୍ଷେତ୍ରରେ ଆନ୍ତର୍ଜାତିକ ଗବେଷଣା ପାଇଁ ପୁରସ୍କାର ପ୍ରଦାନ କରିଥାଏ।
ଡାକ୍ତର ମହାନ୍ତି ହେଉଛନ୍ତି ଭୁବନେଶ୍ବରସ୍ଥିତ ‘ଇଣ୍ଟର୍ନ୍ୟାସ୍ନାଲ୍ ଷ୍ଟଡି ଆଣ୍ଡ୍ ରିସର୍ଚ ସେଣ୍ଟର୍ ଅନ୍ ହୋମିଓପ୍ୟାଥି’ର ନିର୍ଦେଶକ ତଥା ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ତଥା ସୁପରିଣ୍ଟେଣ୍ଡେଣ୍ଟ୍ | ନିଜର ପେସାଦାର ପାରଦର୍ଶିତା ଲାଗି ଏହା ପୂର୍ବରୁ ମଧ୍ୟ ଅନେକ ପୁରସ୍କାର ଲାଭ କରିଛନ୍ତି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଭାରତର ପ୍ରଥମ ହୋମିଓପାଥିକ୍ ଡାକ୍ତର।