ପଲିଗ୍ରାଫ ଟେଷ୍ଟରେ ମଧ୍ୟ ମିଛ କହିଲା ଡାକ୍ତର ରମେଶ

ପ୍ରାୟ ୭୦ଟି ପ୍ରଶ୍ନରୁ ୫୦ ପ୍ରଶ୍ନର ଉତ୍ତର ମିଛ କହିଥିବା ସୂଚନା ମିଳିଛି ।

0

ଭୁବନେଶ୍ୱର : ଖୋଲିବାରେ ଲାଗିଛି ନକଲି ଡାକ୍ତର ରମେଶ ସ୍ୱାଇଁର ଗୁମର । ପୂର୍ବରୁ ଅନେକ ମହିଳାଙ୍କୁ ମିଛ ପରିଚୟ ଦେଇ ବିବାହ କରିଥିଲେ ରମେଶ । ମିଛ କହି ଲକ୍ଷାଧିକ ଠକେଇ କରିଥିଲେ । ଆଉ ଏବେ ଏହି ଘଟଣାରେ ଗିରଫ ହେବା ପରେ ମଧ୍ୟ ପୁଲିସ ଆଗରେ ଅନେକ ମିଛ କହି ଚାଲିଥିଲେ । ଏ କଥା ଆମେ କହୁ ନାହୁଁ ବରଂ ରମେଶଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ଏହା ପଦାକୁ ଆସିଛି ।

 

ମିଛପରେ ମିଛ କହିଚାଲିଥିଲା ରମେଶ, ଏପରିକି ମିଛ ଧରା ଯନ୍ତ୍ରକୁ ବି ମିଛ କହିଲା ମିଛୁଆ ଡାକ୍ତର । ପଲିଗ୍ରାଫ ଟେଷ୍ଟକୁ ଚକ୍ମା ଦେବାକୁ ଚେଷ୍ଟା କରୁଥିଲା, ହେଲେ ତାର ଏପରି ଉଦ୍ୟମ ବିଫଳ ହୋଇଛି । ପ୍ରାୟ ୭୦ଟି ପ୍ରଶ୍ନରୁ ୫୦ ପ୍ରଶ୍ନର ଉତ୍ତର ମିଛ କହିଥିବା ସୂଚନା ମିଳିଛି । ଏହି କାରଣରୁ ପୁଣି ନକଲି ଡାକ୍ତରକୁ ରିମାଣ୍ଡରେ ଆଣିଛି ପୋଲିସ । ଏପରିକି ରମେଶ ସହ ଜାଲ୍ ପରିଚୟ ପତ୍ର ତିଆରି କରୁଥିବା ବିଶ୍ୱ ରଞ୍ଜନକୁ ମଧ୍ୟ ରିମାଣ୍ଡରେ ନେବ ପୋଲିସ । ପୂର୍ବରୁ ୪ ଥର ରିମାଣ୍ଡରେ ଆସିଥିଲା ଏବେ ୫ ଦିନ ପାଇଁ ପୁଣି ପୋଲିସ ରିମାଣ୍ଡକୁ ଯିବ ମିଛୁଆ ଡାକ୍ତର ।

 

 

ରମେଶ ସ୍ୱାଇଁର ମିଛ ଧରିବାକୁ କମିଶନରେଟ ପୋଲିସ ପଲିଗ୍ରାଫ ଟେଷ୍ଟ କରିଥିଲା । ସେହି ଟେଷ୍ଟରେ ରମେଶକୁ କିଛି ସ୍ୱତନ୍ତ୍ର ପ୍ରଶ୍ନ ପଚାରିଥିଲା ପୋଲିସ । କିଭଳି କରୁଥିଲା ଠକେଇ? ପରିବାର ଛଡା ରମେଶର ଆଉ କିଏ ଥିଲା ସହେଯାଗୀ? ଠକ ଡାକ୍ତର ପ୍ରେମରେ କିପରି ପଡିଥିଲେ ୧୮ ମହିଳା? ଏହି ପରି ପ୍ରାୟ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ । ହେଲେ ସେହି ପ୍ରଶ୍ନର ମିଛ ଉତ୍ତର ଦେଇ ଥିଲା ମିଛୁଆ ରମେଶ । ଯାହା ଧରା ପକାଇ ଦେଇଥିଲା ପଲିଗ୍ରାଫ ମେସିନ ।

 

 

ଏଠାରେ ସୂଚନା ଥାଉକି, ପ୍ରେମ ଦିବସ ଦିନ ଧରା ପଡିଥିଲା ରମେଶ । ପ୍ରଥମ ଦିନ ଠକ ରମେଶର ୧୪ ରାଣୀ ଥିବା ମିଳିଥିଲା ଖବର । ଏହା ପରେ ଧିରେ ଧିରେ ସାମ୍ନାକୁ ଆସିଥିଲେ ତାର ୪ ପତ୍ନୀ । ଏହା ପରଠାରୁ ତାଙ୍କୁ ଜେରା କରିଥିଲା ପୋଲିସ ।