ଛତିଶଗଡରର ନିର୍ଦେଶକ ହେଲେ ଡକ୍ଟର ତପନ କୁମାର ଚାନ୍ଦଙ୍କ

0

ଭୁବନେଶ୍ବର: ପୂର୍ବତନ ସିଏମଡି ନାଲକୋ ଏବଂ ବର୍ତ୍ତମାନର ବାଲକୋର ନିର୍ଦ୍ଦେଶକ ଡକ୍ଟର ତପନ କୁମାର ଚାନ୍ଦଙ୍କୁ ଓଡିଶା ଏବଂ ଛତିଶଗଡର ରେସିଡେଣ୍ଟ ଡାଇରେକ୍ଟର ଭାବରେ ନିଯୁକ୍ତ କରାଯାଇଛି । ଜୁଲାଇ ୨୩ ତାରିଖରେ ଡକ୍ଟର ଚାନ୍ଦ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ବେଦାନ୍ତର ୩ମିଲିୟନ୍ ଟନ୍ ଆଲୁମିନିୟମ୍ ଏବଂ ୬ ମିଲିୟନ୍ ଟନ୍ ଆଲୁମିନି ସହିତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆଲୁମିନିୟମ୍ ଉତ୍ପାଦକ ଭାବରେ ଉଭା ହେବା ପରେ ଏହି ଉଚ୍ଚ ସ୍ତରୀୟ ନିଯୁକ୍ତି କରାଯାଇଛି।

ବର୍ତ୍ତମାନ ସମୟରେ ବେଦାନ୍ତ ଭାରତରେ ଆଲୁମିନିୟମର ସବୁଠାରୁ ବଡ ଉତ୍ପାଦକ ଭାବେ କ୍ଷମତା ହାସଲ କରିଛି । ଆଗାମୀ ୫ ବର୍ଷରେ ଆଲୁମିନିୟମର ଚାହିଦା ଦ୍ୱିଗୁଣିତ ହେବାର ସମ୍ଭାବନା ଥିବାରୁ ବେଦାନ୍ତ ଯୋଜନା ଦେଶର ଆଲୁମିନିୟମର ଚାହିଦା ପୂରଣ କରିବା ଏବଂ ଆତ୍ମନିର୍ଭର ଭାରତକୁ ସୁନିଶ୍ଚିତ କରିବା ପାଇଁ ସମୟ ଆସିଛି ବୋଲି ସୂଚନା ରହିଛି। ତିନୋଟି କୋଇଲା ବ୍ଲକର କାର୍ୟ୍ୟକାରିତା ପାଇଁ ଡ ଚାନ୍ଦଙ୍କର ବଡ଼ ଏଜେଣ୍ଡା ରହିବ ବୋଲି ଆଶା କରାଯାଉଛି। ଅନ୍ୟ ଏକ ବଡ ଏଜେଣ୍ଡା ହେଉଛି ଛତିଶଗଡରେ ଆଲୁମିନିୟମ୍ ପାର୍କ , ଝାରସୁଗୁଡାରେ ଆଲୁମିନିୟମ୍ ପାର୍କ,ଏବଂ ସ୍ଥାନୀୟ ଏମ୍ଏସ୍ଏମ୍ଇ ନିର୍ମାଣ କରିବା।

ଚାନ୍ଦଙ୍କ କାର୍ୟ୍ୟକାଳ ମଧ୍ୟରେ ନାଲକୋ ପଞ୍ଚପାଟପାଲୀ ବକ୍ସାଇଟ୍ ଖଣିଗୁଡ଼ିକର ଲିଜ୍ ବୃଦ୍ଧି, ପଟାଙ୍ଗି ବକ୍ସାଇଟ୍ ଖଣି ଏବଂ କୋଇଲା ବ୍ଲକ୍ ଆବଣ୍ଟନ ସହିତ ସମ୍ପୂର୍ଣ୍ଣ କଞ୍ଚାମାଲ ସୁରକ୍ଷା ପାଇଛି । ଏହାର ଫଳ ସ୍ବରୁପ ଶିଳ୍ପ ସଂସ୍ଥା, ବୃତ୍ତିଗତ, କ୍ଷେତ୍ର ବିଶ୍ଳେଷଣକାରୀ କ୍ଷେତ୍ରରେ ଓଡିଶାର ବିଭିନ୍ନ ମହଲରୁ ଆସିଥିବା ବ୍ୟକ୍ତି ଏବଂ ଛତିଶଗଡର ହିତାଧିକାରୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।