ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଥିବା ଜଣାପଡିଛି। ସେହିପରି ଶ୍ରୀମତୀ ମୁର୍ମୁ ସନ୍ଧ୍ୟାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ନାମାଙ୍କନ ଭରିବାର ସୂଚନା ରହିଛି। ତେବେ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ପ୍ରସ୍ତାବକ ଭାବେ ରହିଥିବା ଜଣାପଡିଛି। ଶ୍ରୀମତୀ ମୁର୍ମୁ ନାମାଙ୍କନ ଭରିବା ସମୟରେ ବିଜେଡି ତରଫରୁ ଉଭୟେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପରେ ଉଭୟେ ଶ୍ରୀମତୀ ମୁର୍ମୁଙ୍କ ସହିତ ଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି।