ଦୈନିକ ପିଅନ୍ତୁ ୧ କପ୍ କଫି

0

ଅଧିକାଂଶ ଭାରତୀୟଙ୍କର ଚା ପିଇବାର ଅଭ୍ୟାସ ରହିଛି । ମାତ୍ର ଆପଣ ଜାଣନ୍ତି କି ଚା ଅପେକ୍ଷା କଫି ପିଇବା ଶରୀର ପକ୍ଷେ ବେଶି ଭଲ ହୋଇଥାଏ? ଯଦି ଅ।ପଣଙ୍କର ଚା ଅଭ୍ୟାସ ରହିଛି ଆପଣ ତା ପରିବର୍ତ୍ତେ ସେହି ସମୟରେ କଫି ପିଇପାରିବେ ।

: କଫି ପିଇବା ଦ୍ୱାରା ଶରୀର ସକ୍ରିୟ ରହିଥାଏ । ଅଧିକ କାମ କରିବା ପାଇଁ ଶକ୍ତି ମିଳିଥାଏ । ଆପଣ ଏକ କାର୍ଯ୍ୟ କରିବା ପାଇଁ ଯେତିକି କ୍ଷମ ହୋଇଥିବେ କଫି ପିଇବା ଦ୍ୱାରା ତାହା ପ୍ରାୟ ୧୧ରୁ ୧୨ ପ୍ରତିଶତ ବୃଦ୍ଧି ପାଇଥାଏ ।

: କଫି ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ କରାଯାଇ ପାରେ । କଫିରେ ପ୍ରଚୁର ପରିମାଣ ମ୍ୟାଗ୍ନେସିୟମ୍ ଓ ପଟାସିୟମ ରହିଛି । ଏହା ଶରୀରରେ ଶର୍କରା ଭାଗକୁ ନିୟନ୍ତ୍ରଣରେ ରଖେ । କଫିରେ ଥିବା କଫିନ୍ ଶରୀର ଫ୍ୟାଟ୍ ଦୂର କରିବା ସହ ବ୍ୟକ୍ତିକୁ ସୁସ୍ଥ ରଖିଥାଏ ।

: କଫି ପିଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ରହିଥାଏୟ ମହିଳାଙ୍କ କ୍ଷେତ୍ରରେ ୨୫ ପ୍ରତିଶତ ଓ ପୁରୁଷଙ୍କ କ୍ଷେତ୍ରରେ ୨୦ ପ୍ରତିଶତ କର୍କଟ ସମ୍ଭାବନା ହ୍ରାସ ପାଇଥାଏ ।

: ମଧୁମେହ ରୋଗୀମାନଙ୍କ ପାଇଁ ବି କଫି ଖୁବ୍ ଭଲ ହୋଇଥାଏ । ମଧୁମେହ ରୋଗୀମାନେ ଦେନିକ ବିନା ଚିନିରେ କଫି ପିଇଲେ ଭଲ ।

: ମସ୍ତିଷ୍କ ପାଇଁ ମଧ୍ୟ କଫି ଖୁବ୍ ଉପକାରୀ । କଫି ପିଇବା ଦ୍ୱାରା ମାନସିକ ରୋଗର ସମ୍ଭାବନା କମ୍ ରହିଥାଏ