ଅଜିତ କୁମାର ସାହୁ/ଜଳେଶ୍ୱର: ପିଇବାପାଣି ପାଇଁ ବିପଦ ପୂର୍ଣ ଅବସ୍ଥାରେ ରେଳ ଧାରଣା ପାର ହେବାକୁ ପଡୁଛି। ଯାହା ବଖାଣୁଛି ବିକାଶର ନଗ୍ନ ଚିତ୍ର। ତେବେ ଏଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହଁ, ଏ ହେଉଛି ହେଉଛି ବାଲେଶ୍ୱର ଜିଲ୍ଲା, ବସ୍ତା ବ୍ଲକ ନଟାକଟା ପଞ୍ଚାୟତର । ଗାଁରେ ଥିବା ନଳକୂପ ଅଚଳ ହୋଇପଡ଼ିବା ପରେ ଲୋକଙ୍କୁ ଘାରିଛି ପାଣି ଚିନ୍ତା ।
ପିଇବା ପାଣି ପାଇଁ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଅମର୍ଦାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । କେତେବଳେ ଷ୍ଟେସନରେ ଥିବା ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ପଡ଼ୁଛି ତ, ପୁଣି କେତେବେଳେ ରେଳ ଧାରଣା ପାର ହୋଇ ଅନ୍ୟ କାହାର ଘରୋଇ ନଳକୂପରୁ ପାଣି ଆଣିବାକୁ ପଡ଼ୁଛି । ତେବେ ଆଜକୁ ୫ ଦିନ ହେବ୍ ରେଳ ଷ୍ଟେସନ ରେ ମଧ୍ୟ ପାଣି ନାହିଁ। ଯାହା ପାଇଁ ଲୋକଙ୍କ ଚିନ୍ତା ବଢିଯାଇଛି ।
ପ୍ରତେକ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବସୁଧା ଯୋଜନା ଆରମ୍ଭ କରିଥିଲେ ବି ତାହା ସଫଳ ରୂପାୟନ ହୋଇ ପାରୁନାହିଁ, ବରଂ କେବଳ ଯୋଜନା ନାଁରେ ନେତାମନ୍ତ୍ରୀ, ବିଭଗିୟ ଅଧିକାରୀ ଓ ଠିକାଦାର ମାଲେମାଲ ହେଉଛନ୍ତି । ତେବେ ଏନେଇ ନଟାକଟା ପଞ୍ଚାୟତର ସରପଞ୍ଚ ବନ୍ଦନା ସେଠୀଙ୍କୁ ଯୋଗାଯୋଗ କରିବାରୁ ,ସେ କହିଛନ୍ତିକି ପୂର୍ବରୁ ନଳକୂପ ସୁବିଧା କରାଯାଇଛି, ତେବେ ପାଣି ସମସ୍ୟା ନେଇ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।