ଡ୍ରାଇଭିଂ ଲାଇସେନ୍ସ ପାଇଁ ବଢ଼ିଲା ଅବଧି ,ଅନଲାଇନ କରିହେବ ଏସବୁ

0

(ଦିଲ୍ଲୀ ) : ସଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ ଏବଂ ରିନ୍ୟୁଅଲ କରିବା ପ୍ରସଙ୍ଗରେ ଆଣିଛି ନୂଆ ଗାଇଡଲାଇନ୍ସ । ଏହି ନୂଆ ନିୟମ ଅନୁସାରେ Learner’s license ପାଇବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ହେବ । ଅର୍ଥାତ୍ ଆପ୍ଲିକେସନଠୁ ନେଇ ଲାଇସେନ୍ସର ପ୍ରିଣ୍ଟିଂ ପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ହେବା ସହ ଇଲେକ୍ଟ୍ରୋନିକ୍ ସାର୍ଟିଫିକେଟ୍ ଓ ଡକ୍ୟୁମେଣ୍ଟ୍ସର ବ୍ୟବହାର ମେଡିକାଲ ସାର୍ଟିଫିକେଟ୍ସ, ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ସରେଣ୍ଡର ଓ ରିନ୍ୟୁଅଲ ପାଇଁ ମଧ୍ୟ କରିହେବ ।

ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏମିତି ଗାଇଡଲାଇନ୍ ଅଣାଯାଇଥିବା ବେଳେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍(ଆରସି)ର ରିନ୍ୟୁଅଲ ଏବେ ୬୦ ଦିନ ଆଡଭାନ୍ସରେ କରିହେବ । ଏହା ବ୍ୟତୀତ ଟେମ୍ପରରୀ ରେଜିଷ୍ଟ୍ରେସନର ସମୟ ସୀମା ମଧ୍ୟ ଏବେ ୧ ମାସରୁ ବୃଦ୍ଧି କରି ୬ ମାସ କରିଦିଆଯାଇଛି । ଏହା ସହିତ ସରକାର Learner’s License ପାଇଁ ମଧ୍ୟ ପ୍ରକ୍ରିୟାରେ ମଧ୍ୟ କିଛି ପରିବର୍ତ୍ତନ କରିଛନ୍ତି । ମାର୍ଚ୍ଚ ଶେଷରେ ସଡକ ଓ ପରିବହନ ମନ୍ତ୍ରାଳୟ ବଢୁଥିବା କରୋନାକୁ ଦେଖି ମୋଟର ଭେଇକଲ ଡକ୍ୟୁମେଣ୍ଟ୍ସ ଭଳି ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ,ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଇତ୍ୟାଦିର ବୈଧତା ବଢାଇ ୩୦ ଜୁନ୍ ୨୦୨୧ କରିଛନ୍ତି ।

ସୂଚାନୁସାରେ, ଡ୍ରାଇଭିଂ ଟେଷ୍ଟ ପାଇଁ ଆପଣଙ୍କୁ ଆରଟିଓ ଯିବା ଆବଶ୍ୟକ ପଡିବନି । ଏହି କାମ ଟ୍ୟୁଟୋରିଆଲ ଜରିଆରେ ଘରେ ବସି ଅନଲାଇନ୍ କରିହେବ । ଏହି ପଦକ୍ଷେପ କରୋନା ମହାମାରୀ ସମୟରେ ଆଶ୍ୱସ୍ତି ଦେଇପାରିବ ।