ଆର୍ଯ୍ୟନକୁ ନେଇ ଚୁଡାନ୍ତ ନିଷ୍କର୍ସରେ ପହଞ୍ଚିବା ହେବ ମୁର୍ଖାମୀ : ଏନ୍‌ସିବି

ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନି।

0

(ମୁମ୍ବାଇ) : ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନି। ଏଥିସହ ଡ୍ରଗ୍ସକୁ ନେଇ ଆର୍ଯ୍ୟନଙ୍କ ଇଣ୍ଟରନ୍ୟାସନାଲ ଲିଙ୍କ ଥିବା ନେଇ ମଧ୍ୟ କୌଣସି ସୂଚନା ମିଳିନି। ଏବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।

ସୂଚନାନୁଯାୟୀ , କାର୍ଡିଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବା ରିପୋର୍ଟକୁ ନେଇ ଏସ୍‌ଆଇଟି ମୁଖ୍ୟ ଏବଂ ଏନ୍‌ସିବି ଡିଡିଜି ସଞ୍ଜୟ ସିଂହ କହିଛନ୍ତି, ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ଏବେ ଠାରୁ ତରବରିଆ ଭାବେ କିଛି କୁହାଯାଇନପାରେ। ତଦନ୍ତ ଜାରି ରହିଛି। ଏଯାଏଁ କୌଣସି ବୟାନ ରେକର୍ଡ ହୋଇନାହିଁ। ତେଣୁ ଚୁଡାନ୍ତ ନିଷ୍କର୍ସରେ ପହଞ୍ଚିବା ମୁର୍ଖାମୀ ହେବ।