କଟକ : ଆଉ ରାଜ୍ୟ ବାହାରୁ ଔଷଧ କିଣିପାରିବେ ନାହିଁ ଔଷଧ ବ୍ୟବସାୟୀ । ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ସଂପାଦକ ପ୍ରଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବରୁ ମଧ୍ୟ ଯେଉଁ ଔଷଧ କିଣାଯାଇଛି ତାକୁ ଏବଂ ଗଚ୍ଛିତ ଥିବା ବାହାର ଔଷଧକୁ ଫେରାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।
ଏହାଛଡା ଯେଉଁମାନେ ଅଧିକୃତ କମ୍ପାନୀ ଠାରୁ ଔଷଧ କିଣିବେ ସେମାନଙ୍କୁ ସଂଘରୁ ବାଦ ଦିଆଯିବା କଥା କୁହାଯାଇଛି । ରାଜ୍ୟରେ କିଛିଦିନ ହେବ ଲଗାତାର ନକଲି ଔଷଧ ଧରପକଡ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ କିପରି ନକଲି ଔଷଧ ମୁକ୍ତ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ଦ୍ୱାରା ଲକ୍ଷାଧିକ ଲୋକେ ନକଲି ଔଷଧ କିଣିବାରୁ ବଂଚିତ ହେବେ ।