ଜଳେଶ୍ୱର/ଅଜିତ କୁମାର ସାହୁ:ଥମିବାର ନାମ ନେଉ ନାହିଁ ଧଳା ଜହର କାରବାର ।ବାରମ୍ବାର ଚଢାଉ କରି ବହୁ ପରିମାଣର ଧଳାଜହର ସହିତ ଅଭିଯୁକ୍ତ ଗିରଫ ହେଉଥିଲେ ବି, ଧଳା ଜହର ବ୍ୟବସାୟ ଥମିବାର ନା ନେଉନୀ। ପୋଲିସ ଏକ ପ୍ରକାର ନିଷ୍କ୍ରିୟ ହୋଇ ପଡ଼ିଥିବା ବେଳେ, ଦୀର୍ଘଦିନ ବ୍ୟବଧାନ ପରେ, ପୁଣି ସକ୍ରିୟ ହୋଇ ଉଠିଛି ଅବକାରୀ ବିଭାଗ। ଜଳେଶ୍ୱର ଅଂଚଳରେ ଅବକାରୀ ବିଭାଗର ୧୦ ଜଣିଆ ଟିମ୍ ଦୁଇ ଦିନ ଡେରା ପକାଇ, ପୁରା ଫିଲ୍ମ ଷ୍ଟାଇଲରେ ଗ୍ରାହକ ସାଜି ଧଳା ଜହର ବେପାରୀ କୁ ମାଡି ବସିଲା ଅବକାରୀ ବିଭାଗ । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ୟୁନିଟ ଦୁଇ ଏବଂ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନହରା -ବାଲିମ ରାସ୍ତା ରୁ ପ୍ରାଇଡ ପାତ୍ର ଓ କାହ୍ନୁଗୋପଲ ଦାସ ଅଧିକାରୀ କୁ ଗିରଫ କରି, ପ୍ରାୟ ୪୧୨ ଗ୍ରାମ ବ୍ରାଉନ ସୁଗାର୍ ସହିତ ଏକ ନମ୍ବର ବିହିନ ପଲସର ବାଇକ୍ ଜବତ କରିଛି ଅବକାରୀ ବିଭାଗ । ଜବତ୍ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୪୧୨ ଲକ୍ଷ୍ୟ ଟଙ୍କାର ଉର୍ଦ୍ଧ ହେବ। ଅଭିଯୁକ୍ତ ମାନେ ଭୋଗରାଇ ଅଂଚଳର ବୋଲି ଜଣା ପଡିଛି।