ସୁନ୍ଦର ସହର ଦୁବାଇରେ ଏହି ସବୁ କାମ କରିବା ମନା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଦୁବାଇ ଏକ ସୁନ୍ଦର ଜାଗା । ବର୍ଷ ତମାତ ଏଠାକୁ ବିଶ୍ୱର ଅନେକ ଲୋକ ବୁଲିବାକୁ ଆସନ୍ତି । ଏଠାରେ ଥିବା ସୁନ୍ଦର ମନୋରମ ସ୍ଥାନ ଗୁଡ଼ିକ ଦେଖିବା ପାଇଁ ଆମ ଭାରତକୁ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତି । ତେବେ ସବୁସ୍ଥାନରେ କିଛି ନିର୍ଦ୍ଧିଷ୍ଟ ନିୟମ ଥିବା ପରି ଏଠାରେ ମଧ୍ୟ କିଛି ନିୟମାବଳୀ ରହିଅଛି । ଯାହାକୁ ଏଠାକୁ ଆସୁଥିବା ପ୍ରତିଟି ପର୍ଯ୍ୟଟକଙ୍କୁ ମାନିବାକୁ ପଡ଼ିଥାଏ । ତେବେ ଆସନ୍ତି ଜାଣିବା କେଣ ସେହିସବୁ ନିୟମ ଏବଂ ସେଠାରେ କଣ କରିବା ମନା ।
ଏହି ଦେଶରେ ରାସ୍ତାରେ କିମ୍ବା ପବ୍ଲିକ ପ୍ଲେସରେ କୌଣସି ବି ଦମ୍ପତି ଆଲିଙ୍ଗନ ତଥା ହାତ ଧରାଧରି ହୋଇ ଯାଇପାରିବେ ନାହିଁ ।
ଏଠାରେ କୌଶସି ସ୍ଥାନରେ ଯଦି କେହି ନାଁ କିମ୍ବା ଅନ୍ୟ କୌଣସି ଜିନିଷ ଲେଖିବାକୁ ଚେଷ୍ଟା କରିଥାଏ ତେବେ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ।
ରାତିରେ କୌଣସି ବି ଲୋକ ଏଠାରେ ରାସ୍ତା ଉପରେ ଚାଲିବା ବ୍ୟତୀତ ଅଳ୍ପ ନାଚି ପାରିବେ ନାହିଁ । ଏହା କେବଳ କ୍ଲବରେ ଆପଣ କରିପାରିବେ । ତେବେ ଯଦି ଆପଣ ଦୁବାଇ ଯାଉଛନ୍ତି ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣଙ୍କ ଯାତ୍ରା ଭଲ ହୋଇପାରିବ ।