ରକ୍ତ ଅଭାବ : ଚାଲିଗଲା ନବଜାତକର ଜୀବନ

0

କଳାହାଣ୍ଡି: ଜିଲ୍ଲାରେ ରକ୍ତ ଅଭାବରୁ ଜଣେ ନବଜାତକ ଶିଶୁର ମୃତ୍ୟୁ ହେବା ପ୍ରସୂତି ଅର୍ଥା ମାଆ ଗୁରୁତର ହୋଇଛି । O positive Bombay Phenotype ଗ୍ରୁପ ରକ୍ତ ଆବଶ୍ୟକତା ରହିଥିବା ବେଳେ ଏହି ବିରଳ ରକ୍ତ ଗ୍ରୁପ ଜିଲ୍ଲାରେ ଉପଲବ୍ଧ ହେଲାନାହିଁ । ଫଳରେ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ରକ୍ତ ଅଭାବରେ ଜନ୍ମହେବା ପରେ ଶିଶୁର ମୃତ୍ୟୁ ହୋଇଥଲା ।ଏବେବି ପ୍ରସୂତିକୁ ରକ୍ତର ଆବଶ୍ୟକତା ରହିଛି । ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଗୋଲାମୁଣ୍ଡା ବ୍ଲକ୍ ମଖଲା ଗାଁର ଚିକିତ୍ସିତ ରାଧିକା ଜୁଆଡକୁ ଦରକାର ଅଛି ରକ୍ତ ।
ଆଉ ପ୍ରସୂତିଙ୍କ ଏହି ଦୁଃଖ ଦେଖିନପାରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ କଳାହାଣ୍ଡିର ସ୍ବେଚ୍ଛାସେବୀ ସଂଗଠନ କଳାହାଣ୍ଡି ଏକ୍ଟିଭିଷ୍ଟ ଅର୍ଗାନାଇଜେସନ ।ସୋସିଆଲ ମିଡିଆରେ ଏହି ଖବର ପ୍ରଚାର ହେବା ପରେ ଭୁବନେଶ୍ୱରରୁ ୨ ଜଣ ରକ୍ତଦାତା ଦୁର୍ଲଭ ସାହୁ ଓ ମାନସ ରଞ୍ଜନ ପ୍ରଧାନ ରକ୍ତଦାନ ପାଇଁ ଭବାନୀପାଟଣା ଆସିଛନ୍ତି ।