ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାନ୍ଧୀଗ୍ରାମ ପଡା ନିକଟରେ ମାଙ୍କ ଶାରଦୀୟ ଦୁର୍ଗାପୂଜା ବଡ଼ ଧୁମଧାମରେ ପାଳିତ ହୋଇଥିଲା।ତେବେ ଶୁକ୍ରବାର ମାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଏଥିରେ ଅଞ୍ଚଳର ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହେବା ସହ ମାଙ୍କ ଦର୍ଶନ କରିଛନ୍ତି।ଚଳିତ ବର୍ଷ ପୂଜା କମିଟି ସଭାପତି ତଥା ପୂଜା କର୍ତ୍ତା ରୂପେ ସୁବାସଚନ୍ଦ୍ର ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ଉପ ସଭାପତି ରୁଦ୍ର ପାଣିଗ୍ରାହୀ ଓ ବିଭୁତିଭୁଷଣପାଣିଗ୍ରାହୀ ରହିଥିଲେ।ସମ୍ପାଦକ ଭାବେ ପ୍ରଭାକର ପଟ୍ଟନାୟକ ଦାଇତ୍ୱ ତୁଲାଇଥିବା ବେଳେ ସହ ସମ୍ପାଦକ ରଜନୀକାନ୍ତ ସାହୁ ଓ ଜଗମୋହନ ପଟ୍ଟନାୟକ ରହିଥିଲେ।
କୋସାଦକ୍ଷ ବିରଞ୍ଚି ଖର୍ସେଲ ରହିଥିବା ବେଳେ ପୂଜାରେ କୃଷ୍ଣଚନ୍ଦ୍ର ରାଉତ, ସୁଶୀଲ ନାଏକ, ଅନୀଲ ସାହୁ,ଦିବ୍ୟାନନ୍ଦ ରାଉତରାୟ, ସୀତାରାମ ନାଏକ, ଚିତ୍ତ ସାହୁ, ପିକେ ଦାସ ଅଧିକାରୀ, ଅମରେଶ ପଣ୍ଡା, ଧୀରେନ ପଣ୍ଡା, ସତ୍ୟ ରାଉତ, ତପନ ସାହୁ, ଟିଟୁ ସାହୁ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ। ଗାନ୍ଧୀଗ୍ରାମପଡା ଠାରୁ ଭାଷାଣିଯାତ୍ରା ଆରମ୍ଭ ହୋଇ ବଡ଼ ବନ୍ଧ ରେ ମାଁ ଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ହୋଇଥିଲା।ଜୟପାଟଣା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା।