ଚଳିତ ସପ୍ତାହ ଶେଷ ସୁଦ୍ଧା ସିରୋଲୋଜିକାଲ୍‌ ସର୍ଭେ ହେବ ବିଏମ୍‌ସି କମିସନର

0

(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)ଭୁବନେଶ୍ବରରେ କରୋନା ଆକ୍ରାନ୍ତ ବଢ଼ି ବଢ଼ି ଚାଲିଥିବା ବେଳେ ବିଏମ୍‌ସି ପକ୍ଷରୁ ଚଳିତ ସପ୍ତାହ ଶେଷ ସୁଦ୍ଧା ସିରୋ‌ଲୋଜିକାଲ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୫୦୦ ଲୋକଙ୍କର ସିରୋଲୋଜିକାଲ୍‌ ସର୍ଭେ ହେବ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।ଆଜି ବିଏମ୍‌ସି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କମିସନର କହିଛନ୍ତି ଯେ ବିଏମ୍‌ସି ପକ୍ଷରୁ ଆଇସିଏମ୍‌ଆର୍‌ ଟିମ୍‌ ସହଯୋଗରେ ସିରୋଲୋଜିକାଲ୍‌ ସର୍ଭେ ‌େହବ। ୨ହଜାରରୁ ଅଢ଼େଇ ହଜାର ଲୋକଙ୍କର ସର୍ଭେ କରିବାକୁ ଟାର୍ଗେଟ୍‌ ଦିଆଯାଇଛି। ଏହି ସର୍ଭେ କେଉଁ ଅଞ୍ଚଳରେ, କେଉଁ କେଉଁମାନଙ୍କର ହେବ, ତା’ର ଏକ ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତ ହେଉଛି। ଏହାପରେ ଆମେ ଏହି ତାଲିକା ଅନୁଯାୟୀ ସର୍ଭେ କରିବୁ ବୋଲି ଶ୍ରୀ ଚୌଧରୀ କହିଛନ୍ତି।