ଓଡିଶା

ଶଟଡାଉନ: ପ୍ରତ୍ୟେକଙ୍କ ଟେଷ୍ଟିଂ ପାଇଁ ହେଉଛି ଦାବି

ଅଜିତ ସାହୁ/ ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ମୁନସିପାଲଟି ଅଞ୍ଚଳକୁ ପୁଣି ଶଟ ଡାଉନ ଘୋଷଣା କରାଯାଇଥିବା ବେଳେ, ୬ନମ୍ବର ୱାର୍ଡ ତଥା ଦେଉଳି ପଞ୍ଚୁଘଣ୍ଟାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ଜଳେଶ୍ବର ମୁନସିପାଲଟି ଅଞ୍ଚଲରୁ ୪୮ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ପଂଚୁଘଂଟା ଅଞ୍ଚଳରୁ ୧୮ ଚିହ୍ନଟ ହୋଇଛନ୍ତି। ଏହାପରେ ସ୍ଥାନୀୟ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଜଳେଶ୍ବର ମୁନିସିପାଲଟିକୁ ସଂଯୋଗ କରୁଥିବା ସମସ୍ତ ୧୦ଟି ରାସ୍ତା ଓ ପଂଚୁଘଂଟାକୁ ସଂଯୋଗ କରୁଥିବା ୭ ରାସ୍ତାକୁ ବ୍ୟାରିକାଟ କରି ସିଲ କରିଛି ପ୍ରଶାସନ। ଜଳେଶ୍ୱର ମୁନ୍ସିପାଲଟି ଅଞ୍ଚଳକୁ ୨୦ ତାରିଖ ସୋମବାର ସକାଳ ୫ରୁ ୨୭ ତାରିଖ ସକାଳ ୫ପର୍ୟ୍ୟନ୍ତ ଶଟଡାଉନ ଓ ପଞ୍ଚୁଘଂଟାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିବା ବେଳେ ଜଳେଶ୍ୱର ଡେଲି ମାର୍କେଟକୁ ଏକ ସପ୍ତାହ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସର୍ବସାଧାରଣଙ୍କ ଟେଷ୍ଟ ପାଇଁ ଦାବି ହେଉଛି ।
ପନିପରିବା, ତେଜରାତି, ଖୀର,ମାଛ,ମାଂସ,ଅଣ୍ଡା ଦୋକାନ ସାମାଜିକ ଦୂରତା ବଜାର ଖୋଲିପାରିବ। ମେଡ଼ିକାଲ, ମେଡ଼ିସିନ ଷ୍ଟୋର, ଆମ୍ବୁଲାନ୍ସ, ଦମକଳ, ପୋଲିସ ସେବା ଭଳି ଜରୁରୀ କାଳୀନ ସେବା ୨୪ଘଂଟା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଏପିଡ଼ି ନିଲୁ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟ ପଟେ ଏଭଳି ପଦକ୍ଷେପ ପୂର୍ବରୁ ନେବାର ଆଵଶ୍ୟକ ଥିଲା, ତେବେ ମୁନ୍ସିପାଲଟି ଅଞ୍ଚଳର ସମସ୍ତ ୱାର୍ଡ, ସାହି, ବଜାର, ଅଫିସ, ଆଦିକୁ ବ୍ୟାପକ ସାନିଟାଇଜ କରିବା ସହିତ, ପ୍ରତ୍ୟେକଙ୍କୁ ଟେଷ୍ଟ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Related posts

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ରେ ବସିଲେ ମହିଳା

Report

ବିପର୍ୟ୍ୟସ୍ତ ଅବସ୍ଥାରେ ପ୍ରାଣୀଧନ ସହାୟକ କେନ୍ଦ୍ର

Report

ମରାମତି ଅଭାବରୁ ଧସିଲା କାଳ ଡ୍ୟାମର ମୁଖ୍ୟ କେନାଲ

Report

Leave a Comment