ଦୁଷ୍ମନ୍ତ ଦାସ ମୃତ୍ୟ ମାମଲା ; ଦୁଇ ଓ୍ବେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ

0

କଟକ(ରିପୋର୍ଟସ ଟୁଡେ) : କୁଜଙ୍ଗ ଦୁଷ୍ମନ୍ତ ଦାସ ମୃତ୍ୟ ମାମଲା । ଦୁଇ ଓ୍ବେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ କରିଛି କମିଶନରେଟ ପୋଲିସ । ମଙ୍ଗଳାବଗ ଥାନା ପୋଲିସ ପକ୍ଷରୁ ସମନ କରାଯାଇଛି । ଅସିତ୍ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ମଙ୍ଗଳାବାଗ ଥାନାରେ ହାଜର ହେବେ ଏହି ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକ । ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ବୟାନ ରେକର୍ଡ କରାଯିବ । ଦୁଷ୍ମନ୍ତ ଦାସ ମୃତ୍ୟ ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ତାହା ପଦାକୁ ଆସିବ ।