ଦୌଡ ରାଣୀ ପାଇବେ ‘ଛତିଶଗଡ଼ ବୀର୍‌ନି ପୁରସ୍କାର’

0

(ଭୁବନେଶ୍ୱର) : କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୌଡରାଣୀ ଦୂତି ଚାନ୍ଦ ପାଇବେ ‘ଛତିଶଗଡ଼ ବୀର୍‌ନି ପୁରସ୍କାର’ । ଏ ନେଇ ଛତିଶଗଡ଼ ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହି ଖବର ଶୁଣିବା ପରେ ଦୂତି ଟ୍ୱିଟ୍‌ କରି ନିଜ ପ୍ରଶଂସକଙ୍କୁ ଅବଗତ କରାଯାଇଛନ୍ତି । କରୋନା ସଂକ୍ରମଣ ଯୋଗୁ ଭର୍ଚୁଆଲରେ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେବ । ଆସନ୍ତା ୧୪ ତାରିଖରେ ଦୂତି ପୁରସ୍କୃତ ହେବେ ।
ଆସନ୍ତା ମାସରେ ଦୂତି ବିଶ୍ୱ ରିଲେ ଚାମ୍ପିଅନସିପ୍‌ରେ ଅଂଶ ଗ୍ରହଣ କରିବା ପାଇଁ ଭାରତୀୟ ଦଳ ସହ ପୋଲାଣ୍ଡ ଯାତ୍ରା କରିବେ ।