Reporters Today
ରାଜନୀତି ଓଡିଶା ଖେଳ

ବିଜେଡିକୁ ବିରୋଧ କରୁଛନ୍ତି କି ଦୂତୀ ?

(ଭୁବନେଶ୍ବର) : ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି ପ୍ରସିଦ୍ଧ ଦୌଡ଼ି ରାଣୀ ଦୂତୀ ଚାନ୍ଦ । କେତେବେଳେ ନିଜର ନୂଆ ଗାଡି ପାଇଁ ତ କେତେବେଳେ ଅର୍ଜୁନ ପୁରସ୍କାର ପାଇଁ ସୋସିଆଲ ମିଡିଆରେ ଫ୍ୟାନମାନଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଥାନ୍ତି । ତେବେ ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ଏ ବାବଦରେ ସୋସିଆଲମିଡ଼ିଆରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଅଧିକାଂଶ ସମୟ ରାଜନୀତି ଠାରୁ ଦୂରେଇ ରହୁଥିଲେ । ପିପିଲିରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ମହାରଥୀ। ତାଙ୍କର ଜଣେ ସମର୍ଥକ ମାମୁନି ଦାଶ ନିଜର ଫେସବୁକ୍‌ ଆକାଉଣ୍ଟରେ ଗତକାଲି ଲେଖିଥିଲେ- “ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ରୁଦ୍ର ମହାରଥୀ।” ତେବେ ଦୂତୀଙ୍କର ବନ୍ଧୁ ତାଲିକାରେ ଥିବା ମାମୁନିଙ୍କ ଏହି ପୋଷ୍ଟ ଉପରେ ଜବାବ୍‌ ରଖିଛନ୍ତି ଦୂତୀ।

ଦୂତୀ ପ୍ରଶ୍ନ କରିଛନ୍ତି- “ଯଦି ରୁଦ୍ର ଭାଇ ଏକା ଲଢ଼ି ପାରିଥାଆନ୍ତେ, ତେବେ ପିପିଲିରେ ୧୩ ଜଣ ବିଧାୟକ ଆଉ ସାଂସଦ ତାରକା ପ୍ରଚାରକ ଯାଇ ପହରା ମାରିନଥାନ୍ତେ।” ଦୂତୀ ନିଜର ଏହି ଫେସବୁକ୍‌ ବନ୍ଧୁଙ୍କୁ ପୁଣି ଲେଖିଛନ୍ତି ଯେ ‘ତମ କଥାବାର୍ତ୍ତା ଠିକନାହିଁ।”ମାମୁନି ଲେଖିଛନ୍ତି- କେବଳ ରୁଦ୍ରଙ୍କ ପାଇଁ ନୁହେଁ, ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକ ଆସିଥାଆନ୍ତି।

ତେବେ ବିଜେଡିକୁ ବିରୋଧ କରୁଛନ୍ତି କି ଦୂତୀ ? ଆଗମୀଦିନରେ ରାଜନୈତିକ ଦଳରେ ସାମିଲ ହେବାର ସାଙ୍କେତିକ ସୂଚନା ତ ନୁହେଁ ?ଅନ୍ୟପଟେ ଦୂତୀ ଜଣେ ଜଣାଶୁଣା କ୍ରୀଡ଼ାବିତ ହୋଇଥିବା ବେଳେ ରାଜନୈତିକ ପ୍ରସଙ୍ଗରେ ତାଙ୍କର ଏଭଳି ମନ୍ତବ୍ୟ ପଛର ରହସ୍ୟ ବୁଝିହେଉନାହିଁ ।

Related posts

ରାଜ୍ୟରେ ଆଉ ୧୯୦୪ କରୋନା ସଂକ୍ରମିତ ଚିହ୍ନଟ

Report

ପୁଣି ରାଜ୍ୟରେ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରଭାବ

Report

ବାବୁସାନଙ୍କୁ ନେଇ ବିଜେପିର ରୋଡ ସୋ

Report

Leave a Comment