ଭୁବନେଶ୍ୱର: ରାଜଧାନୀରେ ଗଡିଲା ଇ-ବସ୍ । ମୋ ଇ-ବସ ଓ ଇ-ଅଟୋ ରିକା୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।ଏୟାରପୋର୍ଟ ରୋଡରେ ଗଡିଲା ଇ-ବସ । ଇ-ବସରେ ମହିଳାଙ୍କ ପାଇଁ ଗୋଲାପୀ ରଙ୍ଗର ସିଟ । ଗତ ଦୁଇମାସ ତଳୁ ଭୁବନେଶ୍ବରରେ ଇ-ବସ୍ ପହଞ୍ଚି ସାରିଛି । ବସ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ କରାଯାଇଛି । ବସରେ ବାଲିବସ୍ଥା ରଖାଯାଇ ଟ୍ରାଏଲ କରାଯାଇଛି ।
ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ । ସବୁ ବସ ଶୀତତାପ ନିୟନ୍ତ୍ରିତ । ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ ।ଆଜିଠୁ ୩୧ଯାଏଁ ମାଗଣା ଯାତ୍ରା ସୁବିଧା ।ପ୍ରଥମ ପର୍ଯ୍ୟାୟରେ ୧୦ଟି ବସ୍ ଓ ୫୦-ଇ ରିକ୍ସା ଗଡିଲା । ଅଗଷ୍ଟ ୧ରୁ ଟିକେଟ୍ କାଟି ଯାତ୍ରା କରିପାରିବେ ଯାତ୍ରୀ । ମୋ ଇ-ରାଇଡରେ ଶତପ୍ରତିଶତ ମହିଳା ଓ କିନ୍ନର ସାରଥି ନିଯୁକ୍ତି ।