ଇ-ମୋଟର ସାଇଲେଲ ନିର୍ମାଣ କଲେ ଅକ୍ଷୟ

0

ଗଞ୍ଜାମ/ହରପ୍ରସାଦ ବିଶୋଇ: ପେଟ୍ରୋଲ୍ ଓ ଡିଜେଲର ଦର ବୃଦ୍ଧି ହେବା ପରେ ଦିନକୁ ଦିନ ଇ-ବାଇକର ଚାହିଦା ବୃଦ୍ଧି ପାଉଛି, ହେଲେ ଇ-ବାଇକ୍ କିଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ତେଣୁ କମ୍ ଟଙ୍କାରେ କେମିତି ଇ-ବାଇକ୍ ନିର୍ମାଣ କରାଯିବ ସେ ନେଇ ଚିନ୍ତା କରିବା ସହିତ କେତେକ ଇ-ବାଇକ୍ ,ଇ-ମୋଟର ସାଇକେଲ ନିର୍ମାଣ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମର ସୀମାଞ୍ଚଳ ଦାସଙ୍କ ପୁଅ ଅକ୍ଷୟ ଦାସ(୨୧) । ଅକ୍ଷୟ ପିଲାଟି ଦିନରୁ କିଛି ନୂଆଁ କରିବା ଲକ୍ଷ ନେଇ ନିର୍ମାଣ କରନ୍ତି ବିଭିନ୍ନ ସାମଗ୍ରୀ । ଅକ୍ଷୟ ବର୍ତ୍ତମାନ ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏମ୍ .କମ୍ ପ୍ରଥମ ବର୍ଷ ଛାତ୍ର । ସେ ପୂର୍ବରୁ ରିମୋଟ କଣ୍ଟ୍ରଲ୍ କାର୍ ,ମୋବାଇଲ ରେ ଚାର୍ଜ ହେଉଥିବା ଲାଇଟ, ଏମାରଜେନ୍ସି ଫ୍ୟାନ୍ ଭଳି ବିଭିନ୍ନ ସାମଗ୍ରୀ ନିର୍ମାଣ କରି ଚର୍ଚ୍ଚାରେ ଥିବା ବେଳେ ପୁଣି ଏକ ଇ-ମୋଟର ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ ଅକ୍ଷୟ । ଏହି ମୋଟର ସାଇକେଲ ୩ ଘଣ୍ଟା ଚାର୍ଜ ହେଲେ ୬୦ କିଲୋମିଟର ଦୂରତା ପର୍ୟ୍ୟନ୍ତ ଗଢି ପାରିବ ।

ଯଦି ୧୦୦ କିଲୋମିଟର ରୁ ଉର୍ଦ୍ଧ୍ବ କିଲୋମିଟର ଯିବାକୁ ହେଲେ ଏହି ଇ-ମୋଟର ସାଇକେଲରେ ଲାଗିଥିବା ୨ଏମ୍ ପିଆର ବ୍ୟାଟେରୀ କୁ ଯଦି ଆମେ ୫ଏମ୍ ପିଆର ବ୍ୟାଟେରୀ କରିବା ତେବେ ଏହା ୧୫୦ କିଲୋମିଟର ଦୂରତା ପଯ୍ୟନ୍ତ ଯାଇପାରିବା ବୋଲି ଅକ୍ଷୟ କହିଛନ୍ତି । ମାତ୍ର ୨୫ ହଜାର ଟଙ୍କା ନିର୍ମିତ ହୋଇଛି ଏହି ଇ – ମୋଟରସାଇକଲ ନିର୍ମାଣ କରି ସଫଳତା ପାଇବା ଯୋଗୁ ସେ ନିଜର ପଲସର ଓ ଏକ ସ୍କୁଟିକୁ ମଧ୍ୟ ବ୍ୟାଟେରି ଚାଳନାରେ ରୂପାନ୍ତରିତ କରିଛନ୍ତି । ଲୋକଙ୍କ ପସନ୍ଦ ଓ ବଜାରର ଚାହିଦାକୁ ଦୃଷ୍ଟିରେ ରଖ୍ ତାଲାବନ୍ଦ ସମୟରେ ଇ – ମୋଟରସାଇକଲ ନିର୍ମାଣ କରିବାକୁ ମନ ବଳାଇ ଗବେଷଣା କରିଥିଲେ ଏବଂ ୟୁଟ୍ୟୁବ୍ରୁ ଜ୍ଞାନ ଆହରଣ କରି ଏହା ନିର୍ମାଣ କରିଥିଲେ । ଏଥିପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ସେ ନିଜେ ହିଁ ପ୍ରସ୍ତୁତ କରିଥିବା ବେଳେ ଆଉ କିଛି ସାମଗ୍ରୀ ସେ ହରିୟାଣା, କୋଲକାତା ରୁ ଅର୍ଡର କରିଆଣିଥିଲେ । ମାତ୍ର ୧୦ ଦିନ ମଧ୍ୟରେ ସେ ଏହି ସାଇକେଲକୁ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରିଛନ୍ତି ସେ । ଏହି ଇ- ମୋଟର ସାଇକେଲଟି ୪୦କିମି ବେଗରେ ପଛକୁ ମଧ୍ୟ ଗତି କରି ପାରୁଛି ବୋଲି ଅକ୍ଷୟ କହିଛନ୍ତି । ପ୍ରଥମେ ସାଇକେଲ୍ ଆକୃତିର ଇ-ବାଇକ୍ ନିର୍ମାଣ କରି ସଫଳତା ପାଇବା ପରେ ଅକ୍ଷୟ ଯେତେବେଳେ ନିଜ ପଲସର୍ ବାଇକ୍ ଓ ଏକ ସ୍କୁଟିକୁ ବି ପେଟ୍ରୋଲ୍ ବାଇକରୁ ବ୍ୟାଟେରୀ ବାଇକରେ ରୂପାନ୍ତରତି କଲେ, ତାଙ୍କ ଦକ୍ଷତାକୁ ନେଇ ଗ୍ରାମବାସୀମାନେ ଭୂରିଭୂରି ପ୍ରଶଂସା କରିଥିଲେ । ଗ୍ରାମର ସନ୍ତୋଷ କୁମାର ସାହୁ ନିଜର ଭଙ୍ଗା ସ୍କୁଟିକୁ ଇ-ବାଇକରେ ପରିଣତ କରିବା ପାଇଁ ଅକ୍ଷୟଙ୍କୁ ଦେଇଥିଲେ । ଅକ୍ଷୟ ସେହି ସ୍କୁଟିକୁ ମାତ୍ର ୩୦,୦୦୦ ଟଙ୍କା ଖର୍ଚ୍ଚରେ ଇ-ବାଇକ ମଡ଼େଲରେ ରୂପାନ୍ତରିତ କରିଥିଲେ । ଏହି ଇ-ବାଇକକୁ ଧରି ଏବେ ବେଶ ଖୁସୀରେ ଯାତାୟତ କରୁଛନ୍ତି ସନ୍ତୋଷ । ଇ-ବାଇକ୍ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀକୁ ମୁଁ ନିଜେ ହିଁ ପ୍ରସ୍ତୁତ କରିଥିଲି । କେବଳ କିଛି ସାମଗ୍ରୀକୁ ବଜାରରୁ କିଣିଥିଲି । ମାତ୍ର ସାତ ଦିନ ମଧ୍ୟରେ ମୁଁ ନିର୍ମାଣ କରିଥିଲି ଏକ ଇ-ବାଇକ୍ । ତାକୁ ତିନି ଘଣ୍ଟା ଚାର୍ଜ କଲେ ତାହା ୬୦ କିଲୋମିଟର୍ ପର୍ୟ୍ୟନ୍ତ ଚାଲିପାରିବ । ଏହା ପଛକୁ ମଧ୍ୟ ଚାଲିଥାଏ । ଏହାର ସ୍ପିଡ୍ ଲିମିଟ୍ ଘଣ୍ଟା ପ୍ରତି ୪୦ କିଲୋମିଟର୍ ରହିଛି,’’ କହିଛନ୍ତି ଅକ୍ଷୟ ଦାସ । ତେବେ ପୁର ର ଏହି ସଫଳତା ପରେ ମା ବହୁତ ଖୁସିଥିବା କହିଛନ୍ତି । କାରଣ ଅକ୍ଷୟ ସବୁବେଳେ ଦିନରାତି ଏ କାମରେ ଲାଗିପଡିଥିବାରୁ ମୁଁ ସବୁବେଳେ ତାକୁ କୁହେ ଖାଇବା ନାହିଁ ପିଇବା ନାହିଁ ସବୁ ବେଳେ କେବଳ ଏହି କାମ କାମ । କିନ୍ତୁ ବର୍ତ୍ତମାନ ତାର ଏହି ସଫଳତା ଯୋଗୁଁ ଆଜି ନିଜକୁ ଗର୍ଭିତ କରୁଛି । ଗାଁର ଅନେକ ଛାତ୍ର ଓ ଯୁବକ ଅକ୍ଷୟଙ୍କ ଦକ୍ଷତାକୁ ଦେଖି ଶିକ୍ଷା ଲାଭ କରିବାକୁ ଆଗଭର ହୋଇଛନ୍ତି ।