ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ମିଳିଛି । ଡ଼ିଭୋର୍ସ ନେଉଥିବା ପୁରୁଷ ମାନଙ୍କୁ ଏବେ ରୋଜଗାର କରିବା ବାଧ୍ୟତା ମୂଳକ । ସ୍ତ୍ରୀ ଏବଂ ପିଲାଛୁଆଙ୍କ ଭରଣ ପୋଷଣ ପାଇଁ ସ୍ୱାମୀ ଟଙ୍କା ରୋଜଗାର କରିବା ନିହାତି ଆବଶ୍ୟକ । ଏପରିକି ଚାକିରି ନଥିଲେ ମଧ୍ୟ ଶାରୀରିକ ପରିଶ୍ରମ କରି ପରିବାର ଭରଣ ପୋଷଣ କରିବେ ପୁରୁଷମାନେ ।
ସୂଚନା ଅନୁସାରେ ଜଣେ ବ୍ୟକ୍ତି କୋର୍ଟରେ ଜଣାଇଛି ମୋର ରୋଜଗାର ନାହିଁ ହେଲେ ମୁଁ ଭରଣପୋଷଣ କରିବି କିପରି । ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ବେଲା ଏଭଳି ରାୟ ଦେଇଛନ୍ତି । ସିଆରପି ଧାରା ୧୨୫ରେ ଜଣେ ନାରୀ ଏବଂ ପିଲାଙ୍କ ନିରାପତ୍ତାକୁ ନେଇ ସାମାଜିକ ନ୍ୟାୟ ସଂପର୍କରେ ଉଲ୍ଲେଖ ରହିଛି । ତେଣୁ ସ୍ୱାମୀର ରୋଜଗାର ନଥିଲେ, ତାର ସ୍ତ୍ରୀ ଏବଂ ପିଲାଙ୍କ ପାଇଁ ତାକୁ ଶାରୀରିକ ପରିଶ୍ରମ କରି ଟଙ୍କା ରୋଜଗାର କରିବା ନିହାତି ଆବଶ୍ୟକ ।