(ନୟାଗଡ଼) : ଭୂମିକମ୍ପରେ ଥରିଲା ଦଶପଲ୍ଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ସହର ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟ୍କା ଲାଗିଛି।
ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଭୂକମ୍ପର ତୀବ୍ରତା ସ୍ୱଷ୍ଟ ହୋଇନାହିଁ ।
ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଭୂମିକମ୍ପ ହେବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।