ଦେଶରେ ତିନୋଟି ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭୂତ

ଦେଶରେ ତିନୋଟି ରାଜ୍ୟରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆସାମ, ମଣିପୁର, ମେଘାଳୟରେ ଭୂମିକମ୍ପ ଝଟକା ଲାଗିଛି।

0

(ଦିଲ୍ଲୀ) : ଦେଶରେ ତିନୋଟି ରାଜ୍ୟରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆସାମ, ମଣିପୁର, ମେଘାଳୟରେ ଭୂମିକମ୍ପ ଝଟକା ଲାଗିଛି। ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧, ୩.୦, ୨.୬ ରେକର୍ଡ କରାଯାଇଛି। ଆସାମର ସୋନିତପୁର, ମଣିପୁରର ଚନ୍ଦେଲି ଏବଂ ମେଘାଳୟର ପଶ୍ଚିମ ଖାସି ହିଲ୍ସର ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।

ସୂଚନାନୁଯାୟୀ, ମେଘାଳୟରେ ପଶ୍ଚିମ ଖାସି ହିଲ୍ସରେ ୪ଟା ୨୦ ସମୟରେ୨.୬, ଆସାମରସୋନିତପୁରରେ ୨ଟା ୪୦ ମିନିଟରେ ୪.୧, ମଣିପୁରର ଚନ୍ଦେଲିରେ ୧ଟା ୬ ମିନିଟରେ ୩.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।