ଶୀତଦିନେ ରସୁଣ ଖାଇଲେ ଏହି ସମସ୍ୟାରୁ ରକ୍ଷା ପାଇବେ ; ଜାଣନ୍ତୁ

0

ଭୁୁବନେଶ୍ୱର/ସଞ୍ଜୁ– ଶୀତ ଦିନ ଆରମ୍ଭ ହୋଇଗଲାଣି ।ଶୀତ ଦିନେ ଥଣ୍ଡା କାଶ ହେଉଛି ସାଧାରଣ ସମସ୍ୟା । ସେଥିପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଶୀତ ଦିନେ ରସୁଣ ଖାଇବା ଦ୍ୱାରା ଦେହ ପକ୍ଷେ ହିତକର । ରସୁଣ ଖାଇବା ଦ୍ୱାରା ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ଥଣ୍ଡା କାଶ ଭଳି ରୋଗ ଦୂର ହୋଇଥାଏ । ଡାକ୍ତରଙ୍କ କହିବାଅନୁଯାୟୀ ରସୁଲ ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ସହ ଶରୀରକୁ ଗରମ ରଖିଥାଏ । ରସୁଣ ଖାଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ ଜାଣନ୍ତୁ
ଶୀତ ଦିନେ ଥଣ୍ଡା କାଶ ସାଧାରଣତଃ ସମସ୍ତଙ୍କୁ ହୋଇଥାଏ । କିନ୍ତୁ ରସୁଣ ଖାଇବା ଦ୍ୱାରା ଏହି ସମସ୍ୟାରୁ ଦୂର ହୋଇଥାଏ । ରସୁଣ ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।
ଶୀତଦିନେ ମଧୁମେହ ନିୟନ୍ତ୍ରଣ କରିବାକୁ ରସୁଣ ସବୁଠାରୁ ଭଲ । ରସୁଣ ଏମିତି ଅନେକ ଗୁଣ ଅଛି ଯାହା ବ୍ଲଡ ସୁଗାର ସନ୍ତୁଳିତ କରିଥାଏ ।
ରସୁଣରେ ପୋଟାସିୟମ ମାତ୍ରା ଅଧିକ ରହିଥାଏ ଯାହା ଶରୀରରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିଥାଏ । ଯାହା ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହେ ।
ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଇ ତତ୍ତ୍ୱ ରହିଛି ଯାହା ଦାନ୍ତ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ରସୁଣକୁ ଲବଙ୍ଗ ସହ ଛେଚି ବିନ୍ଧା ହେଉଥିବା ଜାଗାରେ ଲଗାଇଲେ ତୁରନ୍ତ ଆରାମ ମିଳିଥାଏ ।
ଗର୍ଭାବସ୍ଥା ସମୟରେ ନିୟମିତ ରସୁଣ ସେବନ କରିବା ଉଚିତ୍ । ଏହା ଉଭୟ ଗର୍ଭସ୍ଥ ମହିଳା ଓ ଶିଶୁ ପାଇଁ ଲାଭଦାୟକ ଏହା ଗର୍ଭସ୍ଥ ଶିଶୁର ଓଜନ ବଢାଇବାରେ ସାହାଯ୍ୟ କରେ ।