ରାତି ୧୨ଟାରେ ସଞ୍ଜୟଙ୍କୁ ଗିରଫ କଲା ଇଡି

0

ମୁମ୍ବାଇ:ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି |ଗତକାଲି ରାତି ୧୨ଟାରେ ଇଡି ସଞ୍ଜୟଙ୍କୁ ଗିରଫ କରିଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି |ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ୍ ଆରମ୍ଭ କରିଥିଲା । ଦୀର୍ଘ ୯ ଘଣ୍ଟାର ଛାନଭିନ୍ କରିବା ପରେ ସଞ୍ଜୟଙ୍କ ଘରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଇଡି ।

ପରେ ଅପରାହ୍ନ ପ୍ରାୟ ୪ଟା ପରେ ଇଡି ଟିମ୍ ସଞ୍ଜୟଙ୍କୁ ଅଟକ ରଖିଥିଲା।ସଞ୍ଜୟଙ୍କ ଗିରଫଦାରୀ ପରେ ତାଙ୍କୁ ପଚରାଉଚରା ପାଇଁ ଇଡିର ବରିଷ୍ଠ ଅଧିକାରୀ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୫ଟା ପରେ ଇଡିର ବରିଷ୍ଠ ଅଧିକାରୀ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ।  ସେଠାରେ ଦୀର୍ଘ ସମୟ ପଚରାଉଚରା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।ଆଜି ଦିନ ୧୧ଟାରେ କୋର୍ଟରେ ସଞ୍ଜୟଙ୍କୁ ହଜାର କରାଯିବ | ସଞ୍ଜୟଙ୍କ ଘରୁ ଜବତ ଟଙ୍କା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବୋଲି ସଞ୍ଜୟ ରାଉତଙ୍କ ଭାଇ ଦାବି କରିଛନ୍ତି । କେବଳ ସେତିକି ନୁହେଁ ଯେଉଁ ଟଙ୍କା ଜବତ ହୋଇଛି ସେଥିରେ ଅଯୋଧ୍ୟା ଗସ୍ତ ପାଇଁ ଉଦ୍ଧିଷ୍ଟ ଥିବା କଥା ଟଙ୍କା ବଂଡଲ ଉପରେ ଥିବା ଏକ କାଗଜରେ ଲେଖା ହୋଇଥିଲା |