ଜ୍ୟାକଲିନଙ୍କୁ ଇଡିର ପଚରାଉଚରା

0

ମୁମ୍ବାଇ : ବଲିଉଡରେ ଦିନକୁ ଦିନ ବଢ଼ିବାରେ ଅଡୁଆ | ଗତ କିଛିଦିନ ତଳେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କୁ ଇଡି ଜେରା କରିଥିଲା | ତେବେ ପୁଣି ଆଉ ଏକ ବଲିଉଡର ନାୟିକା ଇଡିର ସାମ୍ନା କରିବାକୁ ଯାଉଛନ୍ତି |  ସେ ହେଉଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ତେବେ ଜ୍ୟାକଲିନ ୨୦୦କୋଟିର ଠକେଇ ମାମଲାରେ ପୁଲିସ ନିକଟରେ ହାଜର ହୋଇଛନ୍ତି । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି ।

ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୁଲିସ୍ । ସେପ୍ଟେମ୍ବର ୧୪ରେ ପୁଲିସ ପାଖରେ ହାଜର ହେବାକୁ ସମନର କୁହାଯାଇଛି । ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖାର ଏହା ହେଉଛି ତୃତୀୟ ସମନ ।ଗତ ଅଗଷ୍ଟ ୨ ଓ ସେପ୍ଟେମ୍ବର ୧୨ରେ ସମନ ପରେ ବି ଅଭିନେତ୍ରୀ ହାଜର ହୋଇନଥିଲେ । ଜ୍ୟାକଲିନଙ୍କୁ ଠକ ସୁକେଶ ୫କୋଟିର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା ।

ପୂର୍ବରୁ ବେଆଇନ୍ ଅର୍ଥ ଚାଲାଣ ଆଇନ୍ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭କୋଟି ଟଙ୍କାର ସମ୍ପତି ଆଟାଚ୍ କରିଥିଲା ଇଡ଼ି । ଏହି ମାମଲାରେ ଇଡ଼ି ଏବେ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି । ଦିନକୁ ଦିନ ଏଭଳି ଘଟଣା ଠକ ଓ ଠକାମିର ସାମ୍ନା କରୁଛନ୍ତି ବଲିଉଡ ଅଭିନେତା ଓ ଅଭିନେତ୍ରୀ .ତେବେ ଘଟଣାର ସତ୍ୟତା ଉପରେ ସମସ୍ତିଙ୍କ ନଜର ରହିଥିବା ବେଳେ ବଲିଉଡ ଉପରେ କଳାଛାଇ ପଡିଥିବା ଚର୍ଚ୍ଚା ହେଉଛି  |