ନିୟୁ ମାରିଅନରେ ଆରମ୍ଭ ହୋଇଛି ଏଡିଜିଓର ବାର୍ଷିକ ସମ୍ମିଳନୀ

0

ଭୁବନେଶ୍ୱର: ଭୁବନେଶ୍ୱର ନିୟୁ ମାରିଅନ ହୋଟେଲରେ ଆରମ୍ଭ ହୋଇଛି ଏଡ଼ିଜିଓର ବାର୍ଷିକ ସମ୍ମିଳନୀ । ୨ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଓଡିଶା ଏବଂ ଓଡ଼ିଶା ବାହାରର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଏବଂ ସ୍ନାତକୋତର ଛାତ୍ରଛାତ୍ରୀମାନେ ଯୋଗଦେଇଛନ୍ତି । ନାରୀସ୍ୱାସ୍ଥ୍ୟ ତଥ୍ୟ ହିଁ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ । ଏଥିରେ ସାଇଣ୍ଟିଫିକ ପେପର, ପୋଷ୍ଟର ପ୍ରେଜେଣ୍ଟଟେସନ, କୀ ନୋଟ ଆଡ୍ରେସ, ଭିଡ଼ିଓ ସେସନ ଏବଂ ଜଟିଳ ଗର୍ଭାବସ୍ଥା ଉପରେ କୁଇଜ ରହିଛି ।

କିପରି ଭାବେ ବାର୍ଷିକ ମହିଳା ଏବଂଶିଶୁ ମୃତ୍ୟୁହାର କମାଇବା ପାଇଁ ଉଦ୍ଦିଷ୍ଟ ଆଲୋଚନା ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ । ଏଥିସହ ଜଟିଳ ଗର୍ଭାବସ୍ଥା ଏବଂ ସ୍ତ୍ରୀ ଯୌନ କର୍କଟ ରୋଗର ପ୍ରତିରୋଧ ମର୍ମରେ ଏଥିରେ ଆଲୋଚନା କରାଯାଇଛି ।

ବିଶେଷ କରି ନାରୀ ନିର୍ଯ୍ୟାତନାକୁ ନେଇ ଆଲୋଚନା ହିଁ ଏହାର ମୁଖ୍ୟ ଆକର୍ଷଣ । ଏହି ଆଲୋଚନାରେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସହିତ ପୋଲିସ, ଆଇନ ବିଶେଷଜ୍ଞ, ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀମାନେ ଯୋଗଦେଇ ଏହାର ନିରାକରଣ ଉପରେ ଆଲୋଚନା କରିବେ । ମାନ୍ୟବର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଏଥିରେ ମୁଖ୍ୟ ଅତିଥି ଏବଂ ଡ. ହିଷିକେଶ ପାଏ ସମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଛନ୍ତି ।

ପ୍ରଫେସର ଡା.ତୁଷାର କର ପ୍ରଫେସର ସୁଜାତା ମହାନ୍ତି ଓରେସନ ଉପସ୍ଥାପନା କରିଛନ୍ତି । ଏଥିରେ ଓଡ଼ିଶାର ବିଭିନ୍ନ ଭେଷକ ମହାବିଦ୍ୟାଳୟର ସ୍ନାତକୋତର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଏଡ଼ିଜିଓର ସଭାପତି ପ୍ରଫେସର ତୁଷାର କର ସ୍ୱାଗତ ସମ୍ଭାଷଣ ଏବଂ ଏଡିଜିଓ ର ସମ୍ପାଦିକା ପ୍ରଫେସର ସସ୍ମିତା ସ୍ମାଇଁ ବାର୍ଷିକ ବିବରଣୀ ପାଠ କରିଛନ୍ତି ।