କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟଲ ନିଶ କରୋନା ସଂକ୍ରମିତ

0

(ଦିଲ୍ଲୀ ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟଲ ନିଶଙ୍କ କରୋନା ପଜିଟିଭ୍ । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରମାର୍ଶ ଅନୁସାରେ ମୋର ଚିକିତ୍ସା ବି ଚାଲିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସାବଧାନତା ଅବଲମ୍ବନ କରିବା ସହିତ କରୋନା ଟେଷ୍ଟ କରାଇ ନିଅନ୍ତୁ।” ପଜିଟିଭ୍ ହେବା ପରେ ବି ଶିକ୍ଷାମନ୍ତ୍ରାଳୟର କାମ ଜାରି ରହିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପୂର୍ବରୁ ଅନେକ ନେତାମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଓ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍ ହୋଇସାରିଛନ୍ତି।