ଜୋମାଟୋ ଗର୍ଲ ଲୁକରେ ଟ୍ରୋଲ ହେଲେ ଦୀପିକା ପାଦୁକୋ

ଦୀପିକା ପାଦୁକୋନ ନିଜର ନିଆରା ଅନ୍ଦାଜ ପାଇଁ ଦର୍ଶକ ବେଶ ପସନ୍ଦ କରିଛନ୍ତି ତେଣୁ ସେ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।

0

(ମୁମ୍ବାଇ) : ଦୀପିକା ପାଦୁକୋନ ନିଜର ନିଆରା ଅନ୍ଦାଜ ପାଇଁ ଦର୍ଶକ ବେଶ ପସନ୍ଦ କରିଛନ୍ତି ତେଣୁ ସେ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ କୋଚିତ ସମୟରେ ଅଭିନେତ୍ରୀ ତାଙ୍କ ପୋଷାକ ହେତୁ ଅନେକ ଥର ଟ୍ରୋଲିଂର ଶିକାର ହୁଅନ୍ତି। ଏଥର ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ନିକଟରେ ଦୀପିକାଙ୍କୁ ବିମାନବନ୍ଦରରେ ସେ ଯାହା ପିନ୍ଧିଥିଲେ ତାହା ଲୋକମାନଙ୍କୁ ପସନ୍ଦ ଆସିନଥିଲା, ଯେଉଁଥିପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା।

ସୂଚନାନୁଯାୟୀ , ବିମାନବନ୍ଦରରେ ଦୀପିକା ଲାଲ୍ ରଙ୍ଗର ଟର୍ଟଲ୍ ନେକ୍ ଟି-ସାର୍ଟ ଏବଂ ଲେଦର୍ ପ୍ୟାଣ୍ଟ ପିନ୍ଧିଥିଲେ। ଏହା ସହିତ ସେ ଲାଲ୍ ରଙ୍ଗର କ୍ୟାପ୍ ମଧ୍ୟ ପିନ୍ଧିଥିଲେ। ଦୀପିକାଙ୍କ ଏହି ଲୁକ୍ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଯେଉଁଥିପାଇଁ ତାଙ୍କୁ ଖୁବ୍ ଟ୍ରୋଲ୍ କରାଯାଇଛି। ଅନେକ ଲୋକ ତାଙ୍କ ଖରାପ ଫ୍ୟାଶନର କାରଣ ରଣଭୀର ସିଂଙ୍କୁ ଦର୍ଶାଇଛନ୍ତି।
କିଛି ୟୁଜର୍ସ ଦୀପିକା ପାଦୁକୋନଙ୍କୁ ଜୋମାଟୋ ଗର୍ଲ ବୋଲି କହିଛନ୍ତି।