ଭାଧୋଇବା ବେଳେ ପୋଖରିବେ ବୁଡି ଆଠ ବର୍ଷର ପୁଅର ମୃତ୍ୟୁ

0

କନ୍ଧମାଳ / ବନବାସୀ ପ୍ରଧାନ : ପୋଖରିରେ ବୁଡି ଛାତ୍ର ମୃତ । ଏଭଳି ଏକ ଅଭାବନିୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମ ରେ । ଗ୍ରମର ବିନଦ ପ୍ରଧାନ ଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ପୋଖରୀ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଚତୁର୍ଥ ଶ୍ରେଣୀ ରେ ପଢୁଥିଲେ। ସେ ଖରା ଛୁଟି ରେ ମାମୁଁ ଘରକୁ ବୁଲି ଯାଇଥିଲେ। ଆଜି ସକାଳୁ ପୋଖରୀ କୁ ଗାଧେଇବା ପାଇଁ ଯାଇଥିଲେ। ସେଠାରେ ବୁଡ଼ି ଯାଇଥିଲେ, ତାଙ୍କୁ ଉଦ୍ଧାର କରି ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ନୂଆଗାଁ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।