ବିଷାକ୍ତ ମଦ ପିଇ ୧୬ଜଣଙ୍କର ମୃତ୍ୟୁ ସହ ୪ ଅନ୍ଧ

0

ପାଟନା– ବିଷାକ୍ତ ମଦ ପିଇ ୧୬ଜଣଙ୍କର ମୃତ୍ୟୁବରଣ ହୋଇଛି ।ଏଥିସହ ୪ଯୁବକ ଅନ୍ଧ ହୋଇଗଲେ ।ବିହାରର ଚମ୍ପାରଣ ଜିଲ୍ଲାରେ ଏଭଳି ଅଭାନନୀୟ ଘଟଣା ଘଟିଛି । ସୂଚନାନୁସାରେ, ଗତ କିଛିଦିନ ଧରି ଚମ୍ପାରଣରେ ବିଷାକ୍ତ ମଦ କାରବାର ବୃଦ୍ଧି ପାଉଛି । ୭ ଦିନ ମଧ୍ୟରେ ୧୬ ଜଣ ଏହି କାରଣରୁ ପ୍ରାଣ ହରାଇଲେଣି । ତେବେ ରବିବାର ବିଷାକ୍ତ ମଦ ପିଇ ଏଠାରେ ୪ ଜଣ ଦୃଷ୍ଟି ଶକ୍ତି ହରାଇଛନ୍ତି । ଦୃଷ୍ଟିଶକ୍ତି ହରାଇଥିବା ୪୦ ବର୍ଷୀୟ ମହମ୍ମଦ ଇଜାହର କହିଛନ୍ତି ଯେ, ସେ ଗାଁ ବାହାରେ ଦେଶୀ ମଦ ପିଇଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଆଖିକୁ ଆଉ କିଛି ଦେଖାଯାଇ ନଥିଲା । ଜହାରଙ୍କ ଭଳି ରାମନଗର ଥାନା ଅନ୍ତର୍ଗତ ମାଙ୍ଗୁରାହା ଗ୍ରାମର ୫୦ ବର୍ଷୀୟ ସୁଖଲ ମିୟାଁ କହିଛନ୍ତି ଯେ, ସେ ଦୃଷ୍ଟିଶକ୍ତି ହରାଇଛନ୍ତି । ସେ ଗାଁରେ ଥିବା ଭାଟିରେ ମଦ ପିଇଥିଲେ । ଏହାପରେ ସେ ଅନ୍ଧ ହୋଇଯାଇଥିଲେ । ମଦ ପିଇବା ପୂର୍ବରୁ ଆଖିକୁ ଭଲ ଭାବେ ଦେଖାଯାଉଥିଲା । ପଶ୍ଚିମ ଚମ୍ପାରଣରେ ଯେଉଁମାନେ ବିଷାକ୍ତ ମତ ପିଇ ପ୍ରାଣ ହରାଇଛନ୍ତି, ପରିବାର ଲୋକେ ସେମାନଙ୍କ ମୃତଦେହକୁ ଭୟରେ ପୋତି ଦେଇଥିଲେ । ସ୍ଥାନୀୟ ପ୍ରଶାସନ ମଧ୍ୟରେ ଏହାର ଫାଇଦା ଉଠାଇ ବ୍ୟକ୍ତିମାନେ ଅନ୍ୟ କାରଣରୁ ପ୍ରାଣ ହରାଇଥିବା କହୁଥିଲା । କିନ୍ତୁ ମାମଲା ଲୁଚି ନ ରହି ସାମ୍ନାକୁ ଆସିଲା । ଏହି ଘଟଣାକୁ ନେଇ ତମ୍ପାରଣ ଜେଲ୍ ଡିଆଇଜି ଲଲନ ମୋହନ ପ୍ରସାଦ କହିଛନ୍ତି ଯେ, ବିଷାକ୍ତ ମଦ କାରବାର ଅଭିଯୋଗରେ ଏବେସୁଦ୍ଧା ୧୬ ଜଣ ଗିରଫ ହୋଇଛନ୍ତି । ୧୨ଜଣ ମୃତକଙ୍କ ପରିବାର ଲୋକେ ମଧ୍ୟ ମୃତ୍ୟୁ ପାଇଁ ବିଷାକ୍ତ ମଦକୁ ଦାୟୀ କରିଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।