ନିର୍ବାଚନ ପ୍ରତୀକକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ

0

ମହାରାଷ୍ଟ୍ର: ପୁଣି ମହାରାଷ୍ଟ୍ରରେ ଦେଖାଦେଇଛି ରାଜନୈତିକ ବିବାଦ । ନିର୍ବାଚନ ପ୍ରତୀକକୁ ନେଇ ଶିବଶେନାର ଦୁଇ ଦଳ ମଧ୍ୟରେ ସ୍ୃଷ୍ଟି ହୋଇଛି ଝଡ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରତୀକ ପାଇଁ ଶିବସେନାର ଦୁଇ ଦଳ ଉଦ୍ଧବ ଠାକରେ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । ତେବେ ସନ୍ଦେଙ୍କ ଦଳକୁ ପ୍ରତୀକ ଭାବେ ଦୁଇଟି ଖଣ୍ଡା ଏବଂ ଢାଲ ମିଳିଥିବା ବେଳେ ଉଦ୍ଧବଙ୍କୁ ମଶାଲ ଚିହ୍ନ ମିଳିଛି ।

ତେବେ ଦୁଇ ଦଳକୁ ମିଳିଥିବା ନିର୍ବାଚନ ଚିହ୍ନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ଦଳର କର୍ମକର୍ତା । ଏପଟେ ଗୁରୁଦ୍ୱାର ସଚଖଡ ବୋର୍ଡର ପୂବର୍ତନ ସଚିବ ନନ୍ଦେଡ ଋଣଜିତ ସିଂ କାମଥେକର ଏବଂ ସ୍ଥନୀୟ କଂଗ୍ରେସ ନେତା ନିର୍ବାଚନ ଆୟୋଗ ଇସିକୁ ଏକନାଥ ସିନ୍ଦେଙ୍କ ପାଟିର ପ୍ରତୀକକୁ ଅନୁମତି ନଦେବକୁ ଅନୁରୋଧ କରିଛନ୍ତି । ସେମାନଙ୍କ କହିବା ମୁତାବକ ପ୍ରତୀକରେ ଶିଖ ଧର୍ମର ଧାର୍ମିକ ଚିହ୍ନକୁ ସୂଚାଉଛି । ଯଦି ଇସି ଦ୍ୱାରା ସମାଧାନ ନ ହୋଇ ପାରିଲା ତେବେ ସେମାନେ ର୍କୋଟର ଆଶ୍ରୟ ନେବାକୁ ବାଧ୍ୟ ହେବେ ।

ସେ କହିଛନ୍ତି ଯେ ଆମର ଧାର୍ମିକ ଗୁରୁ ଗୋବିନ୍ଦ ସିଂ ଖଲସା ପନ୍ଥର ଧାର୍ମିକ ପ୍ରତୀକ ଭାବରେ ଖଣ୍ଡା ଏବଂ ଢାଲ ପ୍ରତିଷ୍ଠା କରିଥିଲେ । କାମଟେକର ଆହୁରି କହିଛନ୍ତି ଯେ, ପୁର୍ବରୁ ଦୁଇ ଗୋଷ୍ଠି ଆବେଦନ କରିଥିବା ପ୍ରତୀକକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖାନ କରିବା ସହ ସେହି ପ୍ରତୀକ ଗୁଡିକରେ ଧାର୍ମିକ ସମ୍ବନ୍ଧ ରହିଛି ବୋଲି କହିଥିଲେ । ତେବେ କାମଟେକରଙ୍କ କହିବା ମୁତାବକ, ବର୍ତମାନ ସିନ୍ଦେ ଦଳକୁ ଦିଆଯାଇଥିବା ପ୍ରତୀକ ମଧ୍ୟ ଧାର୍ମିକ ଭାବନାକୁ ପ୍ରଭାବ କରୁଛି । ତେଣୁ ସେ ନିର୍ବାଚନ ଆୟୋଗଙ୍କୁ ଏହା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି । ଏଆ ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କୁ ଭେଟିବା ପରେ ସେ ନିର୍ବାଚନ ଆୟୋଗକୁ ଏକ ଆନୁଷ୍ଠାନିକ ଚିଠି ପଠାଇବେ । ତେବେ ଦେଖିବା ବାକି ରହିଲା କଣ ରହିବ ନିର୍ବାଚନ ଆୟୋଗଙ୍କ ନିଷ୍ପତି ଏବଂ ଶିବସେନାର କୋଉ ଦଳକୁ ଗ୍ରହଣ କରିବେ ମହାରାଷ୍ଟ୍ର ଜନତା ।