ମୁମ୍ବାଇ: ଏକତା କପୁର ହେଉଛନ୍ତି ଜଣେ ପ୍ରତିଷ୍ଠିତ ପ୍ରଯୋଜିକା । ତାଙ୍କ ପ୍ରଯୋଜିତ ୱେବସିରିଜ ତ୍ରିପଲ ଏକ୍ସକୁ ନେଇ ସୁପ୍ରିମ କୋର୍ଟ ରାୟ ଶୁଣାଇଛି । ବିବାଦୀୟ ୱେବସିରିଜକୁ ନେଇ ପ୍ରଥମେ ବିହାରର ଏକ କୋର୍ଟ ଏକତାଙ୍କ ବିରେଧରେ ଗିରଫ ପରୱାନା କରିଥିଲେ । ଏହି ବିବାଦକୁ ନେଇ ସେ ସୁପ୍ରିମ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ବିହାର କୋର୍ଟ ଅଭିଯୋଗ ଅନୁସାରେ ଏକ୍ସଏକ୍ସଏକ୍ସ ୱେବସିରିଜରେ ଏକତା ଯବାନ ଓ ତାଙ୍କ ପରିବାରଙ୍କ ଭାବାବେଗ ପ୍ରତି କଠୋରଘାତ କରିଛନ୍ତି । ଏହି ଅଭିଯୋଗ ମାମଲାକୁ ନେଇ ସେ ସୁପ୍ରିମ କୋର୍ଟ ଦ୍ୱାରସ୍ଥ ହେଇଛନ୍ତି ।
ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏକତାଙ୍କ ଉପରେ ବର୍ଷିଥିଲେ ଓ କହିଛନ୍ତି ଓଟିଟି ପ୍ଲାଟଫର୍ମରେ ସମସ୍ତେ ଏହା ଦେଖୁଛନ୍ତି । ଏହି ୱେବସିରିଜ ମାଧ୍ୟମରେ ଆପଣ ଯୁବ ପିଢିଙ୍କୁ କଳୁଷିତ କରୁଛନ୍ତି । ପୁଣି ପ୍ରଶ୍ନ କରିଛନ୍ତି ଆପଣ ଦର୍ଶକମାନଙ୍କୁ କି ପ୍ରକାର ପସନ୍ଦ ମନୋରଞ୍ଜନ ଯୋଗାଇ ଦେଉଛନ୍ତି । ଓଟିଟି ପ୍ଲାଟ୍ଫର୍ମ ରିଲିଜ ହୋଇଥିବା ୱେବ୍ ସିରିଜ ‘ଏକ୍ସଏକ୍ସଏକ’ରେ ସୈନିକଙ୍କୁ ଅପମାନ କରିବା ସହ ସେମାନଙ୍କ ପରିବାରର ଭାବନାକୁ ଆଘାତ ପହଞ୍ଚାଇବା ନେଇ ଏକତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
ଏନେଇ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଏକତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନାଥାଉ କି, ଏହି ୱେବ୍ ସିରିଜରେ ଜଣେ ସୈନିକଙ୍କ ପତ୍ନୀଙ୍କ ଉପରେ ଆପତ୍ତିଜନକ ଦୃଶ୍ୟ ରହିଥିବାରୁ ଜଣେ ପୂର୍ବତନ ସୈନିକ ଏହା ବିରୋଧ କରି କୋର୍ଟରେ ପିଟିସନ ଦାୟର କରିଥିଲେ। କିନ୍ତୁ ବାରମ୍ବାର ନୋଟିସ ସତ୍ତ୍ୱେ ଏକତା ହାଜର ନ ହେବାରୁ କୋର୍ଟ ଏକତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।