ଇଲେକ୍ସନ୍ ନହୋଇ ସିଲେକ୍ସନ୍ କରାଯାଉ

ଥମୁନି ନାଏବ ସରପଞ୍ଚ ବିବାଦ

0

ନବରଙ୍ଗପୁର: ସ୍ଥଗିତ ରହିଛି ନାଏବ ସରପଚଂ ନିର୍ବାଚନ । ପ୍ରଥମଥର ନାଏବ ସରପଞ୍ଚ ନିର୍ବାଚନ ସମୟରେ ୱାର୍ଡ ସଭ୍ୟା ଅପହରଣ କରାଯାଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରହିଥିବାବେଖେ ଦ୍ୱିତୀୟ ଥର ନିର୍ବାଚନ ଏପ୍ରିଲ ୨ ତାରିଖରେ ମଧ୍ୟ ଏଭଳି ଅପ୍ରିତିକର ପରିସ୍ଥିତି ପାଇଁ କୋରମ ଅଭାବ ହେତୁ ସ୍ଥଗିତ ରହିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଟିଂ ବ୍ଲକ ମଚଂଗାଁ ପଚାଂୟତରେ । ତେବେ ୨ୟ ଥର ନିର୍ବାଚନ ସ୍ଥଗିତ ଘଟଣାକୁ ନେଇ ୧୭ ଟି ୱାର୍ଡ ମେମ୍ବର ରୁ ୧୦ ଜଣ ୱାର୍ଡ ମେମ୍ବର ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ନିର୍ବାଚନ ଅଧିକାରୀ ତଥା ତେନ୍ତୁଳୀଖୁଣ୍ଟି ବିଡ଼ିଓ ଦୁର୍ୟ୍ୟୋଧନ ଭୋଇ କୋରମ ଅଭାବ ହେତୁ ନିର୍ବାଚନ ସ୍ଥଗିତ ରହିବା ମତ ପ୍ରକାଶ କରିଥିଲେ । ବର୍ତମାନ ଏହି ବିବାଦ ପହଁଚିଛି ନବରଙ୍ଗପୁର ଉପଜିଲ୍ଲାପାଳ ସୁନୀଲ ଅଗ୍ରବାଲ ଙ୍କ ନିକଟରେ ପହଁଚିଛି । ଏନେଇ ଆଜି ମଞ୍ଚଗାଁପଂଚାୟତ ର ୧୭ ଜଣ ୱାର୍ଡ଼ ମେମ୍ବର ଙ୍କ ମଧ୍ୟରୁ ୧୦ ଜଣ ୱାର୍ଡ଼ ସଭ୍ୟ/ସଭ୍ୟା ଉପଜିଲ୍ଲାପାଳ ଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଉପଯୁକ୍ତ ପ୍ରାର୍ଥୀନୀ ଯିଏକି ଜଣେ ଉଚ୍ଚ ଶିକ୍ଷିତା ସହ ଜଣେ ମାଧବୀ ଛାତ୍ରୀ ତେଜଶ୍ୱନୀ ଅଦୁ ଙ୍କୁ ନାଏବ ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚିତ କରିବା ପାଇଁ ନବରଙ୍ଗପୁର ର ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଘଟଣାର ତଦନ୍ତ କରାଯାଇ ତେନ୍ତୁଳିଖୁଣ୍ଟି ବିଡ଼ିଓ ଙ୍କ ସୁପାରିଶ କ୍ରମେ ନାୟବ ସରପଞ୍ଚ ଚୟନ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।