ଉପ ନିର୍ବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ

0

ଭଦ୍ରକ(ହରପ୍ରସାଦ ବିଷୋୟୀ ) : ଧାମନଗର ଉପନିର୍ବାଚନ ପୂର୍ବରୁ ବଦଳିଲେ ଭଦ୍ରକ ଧାମନଗର ଓ ତିହିଡ଼ି ବିଡିଓ। ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଥିବା ସୂଚନା ଦେଇଛି ପଞ୍ଚାୟତିରାଜ ବିଭାଗ। କୋରାପୁଟ ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଦିଣ୍ଡା ହେଲେ ଧାମନଗର ବିଡିଓ । କଳାହାଣ୍ଡି କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ହେଲେ ତିହିଡ଼ି ବିଡିଓ। ଉଭୟ ଅଧିକାରୀଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଧାମନଗର ଉପ ନିର୍ବାଚନ  ନଭେମ୍ବର ୩ତାରିଖରେ ହେବାରୁ ଥିବାବେଳେ ନିର୍ବାଚନକୁ ସ୍ୱଚ୍ଛତା ରଖିବାକୁ ନିର୍ବାଚନ କମିଶନର ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି।ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିଲା। ଏହା ପରଠୁ ଏହି ଆସନଟି ଖାଲି ପଡ଼ିଛି।ଧାମନଗର ଉପନିର୍ବାଚନ ପାଇଁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।