ଜୁନ ୧ରୁ ମହଙ୍ଗା ହେବ ଇଲେକ୍ଟ୍ରିକ୍ ଯାନ

0

ନୂଆ କାର୍ କିମ୍ବା ନୂଆ ଇଲେକ୍ଚ୍ରିକ ଦୁଇଚକିଆ ଯାନ ଜୁନ ୧ରୁ କେତେକ କମ୍ପାନିର କାର ଓ ଅଧିକାଂଶ ଇଲେକ୍ଟ୍ରିକ୍ ବାଇକ୍ ମହାଙ୍ଗା ହେବାକୁ ଯାଉଛି । ହୋଣ୍ଡା କମ୍ପାନି ଜୁନ୍ ମାସରୁ ଏହାର ସେଡାନ୍ ସିଟି ଏବଂ ଆମେଜ୍ ର ଦାମ୍ ୧ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିବ ବୋଲି କହିଛି।ଯେହେତୁ ଇଲେକ୍ଟ୍ରିକ୍ ସାମଗ୍ରୀର ରେଟ ବଡୁଛିି ତେଣୁ ଖର୍ଚ୍ଚ ଅଧିକ ହେଉଛି ତେଣୁ କଂପାନି ଦର ବୃଦ୍ଧି କରିବାକୁ ଯାଉଛି ବୋଲି କହିଛି ।
ଅନ୍ୟପକ୍ଷରେ ଜୁନ୍ ୧, ୨୦୨୩ କିମ୍ବା ତା’ପରେ ପଞ୍ଜୀକୃତ ହୋଇଥିବା ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପାଇଁ ଫେମ୍-୨ ଯୋଜନା ଅଧୀନରେ ଦିଆଯାଉଥିବା ସବସି । ଡିକୁ କେନ୍ଦ୍ର ସରକାର ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପାଇଁ ୟୁନିଟ ପିଛା ୧୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ହ୍ରାସ କରାଯାଇଛି । ତେବେ ପ୍ରୋତ୍ସାହନ ସୀମାକୁ ଏକ୍ସ ଫ୍ୟାକ୍ଟ୍ରି ମୂଲ୍ୟର ୪୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। ଦୁଇ ଚକିଆ ଯାନର ଦାମ୍ ୨୫ରୁ ୩୫ ହଜାର ଟଙ୍କା ମହଙ୍ଗା ହେବ । ତେବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଦେଉଥିବା ସବସୀଡି ଲାଗୁ ରହିବ ।