ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ସାଲେପୁର ବିଦ୍ୟୁତ ସେକ୍ସନ ଅଧୀନରେ ବାଲିଆ ଶଙ୍କରପୁରରେ କାର୍ୟ୍ୟରତ ଅବସ୍ଥାରେ ମିଟର ରିଡ଼ରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। . ମୃତକ ହେଲେ ପିକୋଳ ଅଞ୍ଚଳର ସନ୍ଦୀପ ଶତପଥି। ସେ ମିଟର ରିଡ଼ିଂ ନେବା ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ସନ୍ଦୀପଙ୍କୁ ସଥାନୀୟ ଲୋକେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।