ବଢୁଛି ବିଜୁଳି ସଙ୍କଟ

0

ନୁଆଦିଲ୍ଲୀ : ଦେଶରେ କୋଇଲା ଅଭାବ ହେତୁ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ବିଜୁଳି ସମସ୍ୟା । ଗ୍ରୀଷ୍ମରତୁ ଯୋଗୁଁ ବିଦୁତ୍ୟ ଚାହିଦା ବଢି ବଢି ଚାଲିଥିବା ବେଳେ, ସେହି ଅନୁପାତରେ କୋଇଲା ନାହିଁ । କୋଇଲା ପରିମାଣ କମିବାରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । ଫଳରେ ଅନେକ ରାଜ୍ୟ ଏବେ ବିଦ୍ୟୁତ କାଟ୍ ଆରମ୍ଭ କରିଦେଲେଣି । ଆଗକୁ ପରିସ୍ଥିତି ଭୟଂକର ହେବ ବୋଲି ଆଶଂକାକରାଯାଉଛି ।

ବର୍ତମାନର କୋଇଲା ୯ବର୍ଷର ସର୍ବ ନିମ୍ନ ସ୍ତରରେ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ବିଦ୍ୟୁତ କାଟ ମଧ୍ୟ ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ସମେତ ୧୦ ରାଜ୍ୟରେ ପଡିଲାଣି ଜୋରଦାର ପ୍ରଭାବ । ଗତ ସପ୍ତାହ ଦେଶରେ ବିଦ୍ୟୁତ ଚାହିଦା ୧.୪ ପ୍ରତିଶତ କମ ରହିଥିଲା।

ଉଲ୍ଲେଖଥାଉକି, ବିଦ୍ୟୁତ ଉତ୍ପାଦନ ୟୁନିଟ୍ ଗୁଡିକରେ ଆର୍ଥିକ ବର୍ଷ ଆରମ୍ଭରେ ଅର୍ଥାତ ଏପ୍ରିଲ ୧ରେ ମାତ୍ର ୯ ଦିନର କୋଇଲା ମହଜୁଦ ରହିଥିଲା । ୨୦୧୪ ମସିହାରୁ ବା ଗତ ୮ବର୍ଷ ମଧ୍ୟରେ ଏହା ସର୍ବନିମ୍ନ । ସରକାରଙ୍କ ନିୟମ କହୁଛି , ବିଦ୍ୟୁତ କାରଖାନାରେ ଅତିକମ୍ରେ ୨୪ ଦିନର କୋଇଲା ମହଜୁଦ ରହିବା ଆବଶ୍ୟକ ।ଦେଶର ମୋଟ ବିଜୁଳି ଉତ୍ପାଦନରେ କୋଇଲାର ଯୋଗଦାନ ପାଖାପାଖି ୭୫ ପ୍ରତିଶତ ରହିଛି । ତେଣୁ କୋଇଲା ସ୍ଥିତିରେ ସୁଧାର ନଆସିଲେ ଚାହିଦା ମୁତାବକ ବିଜୁଳି ମିଳିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଲେଣି ।