(ସମ୍ୱଲପୁର) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ସମ୍ୱଲପୁର ଜିଲ୍ଲା ବାମରା ବନଖଣ୍ଡ କୁରୁମଲୋଇ ଗାଁ କାଲୋପାଣି ନାଲା ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ତେବେ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
ଶନିବାର ହାତୀର ମୃତ୍ୟୁ ହୋଇଥିବା ବେଳେ ରବିବାର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି । ହାତୀର ତଳ ମୁହଁରେ ଘା’ ହୋଇ ସଂକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ହାତୀର ବୟସ ପ୍ରାୟ ୧୮ରୁ ୧୯ ବର୍ଷ ହେବ ।
ଶନିବାର ପୂର୍ବାହ୍ନ ୯ଟାରେ ହାତୀଟି ବଣେଇ ଅଞ୍ଚଳରୁ ସୁନ୍ଦରଗଡ଼ ଓ ସମ୍ବଲପୁର ସୀମାନ୍ତ କୁରୁମଲୋଇ କାଲୋପାଣି ନାଲାରେ ପହଞ୍ଚିଥିଲା । ସେଠାରେ ପାଣି ପିଉଥିବା ଅବସ୍ଥାରେ ଟଳି ପଡ଼ିଥିଲା । ସ୍ଥାନୀୟ ଲୋକେ ହାତୀକୁ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ ।