ବୃଦ୍ଧି ପାଉଛି ହାତୀ ଉପଦ୍ରଵ , ଆକ୍ରମଣରେ ୬ ଗୁରୁତର

ରାଜ୍ୟରେ ଦିନକୁ ଇଦଂ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଭ

0

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଇଦଂ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ହାତୀ ଆକ୍ରମଣ କରିଥିଲା ।

ଯେଉଁଥିରେ ୮୮ ବିଏସଏଫ୍ ବାଟାଲିୟନର ୬ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଚନ୍ଦକା ମୁଣ୍ଡାସାହି ନିକଟରେ ଥିବା ଜଙ୍ଗଲରେ ଯବାନମାନଙ୍କର ନକ୍ସଲ ବିରୋଧୀ ଟ୍ରେନିଂ ଚାଲିଥିଲା। ଏହି ସମୟରେ ଏକ ହାତୀ ପଲ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯବାନମାନେ ହାତୀ ଆକ୍ରମଣରରୁ ବଞ୍ଚିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ।