ହାତୀ କଙ୍କାଳ ମିଳିବା ଘଟଣା: ଗିରଫ ଫରେଷ୍ଟରଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

0

ଆଠଗଡ: ମାଟି ତଳୁ ହାତୀ କଙ୍କାଳ ମିଳିଥିବା ଘଟଣା । ଗିରଫ ଫରେଷ୍ଟରଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ସେଥିପାଇଁ ପ୍ରଦୀପଙ୍କୁ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରାଟୋରିକୁ ଆଣିଲା ବନ ବିଭାଗ । ଆଠଗଡ ବନଖଣ୍ଡର ନରସିଂହପୁର ଅଂଚଳରେ ହୋଇଥିବା ହାତୀ ହତ୍ୟା ଘଟଣାକୁ ନେଇ ଗତ ଅଗଷ୍ଟ ୧ରେ ପ୍ରଦୀପଙ୍କୁ ଗିରଫ କରିଥିଲା ବନ ବିଭାଗ । ପ୍ରଦୀପଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ କରିବ ବନ ବିଭାଗ । ପ୍ରଦୀପଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଆଣିଛି ବନ ବିଭାଗ ।

ସୂଚନାନୁସାରେ, ଗତ କିଛି ଦିନ ତଳେ ଆଠଗଡ ବନକଣ୍ଡ ଅଂଚଳରୁ ହାତୀ କଙ୍କାଳ ମିଳିଥିଲା । ହାତୀ କଙ୍କାଳ ମିଳିବା ପରେ ବନବିଭାଗ ଏହାର ତନାଘନା କରିଥିଲା । ଏବେ ଏହି ହାତୀ କଙ୍କାଳକୁ ଓୟୁଏଟିରେ ରଖି ଯାଂଚ କରାଯାଉଥିବା ସୂଚନା ମିଳିଛି । ସେହିପରି ତଦନ୍ତକୁ ଆହୁରୀ ସହଜ କରିବା ପାଇଁ ଆମେରିକାରୁ ଡିଏନଏ ଟେଷ୍ଟ ପାଇଁ ମଧ୍ୟ କିଟ ମଗାଯାଇଛି । ତେବେ ସତ ବାହାର କରିବା ନିମନ୍ତେ ଲାଏ ଡିଟେକ୍ସନ ଟେଷ୍ଟ କରିବ ବନବିଭାଗ ।