ଜଙ୍ଗଲରୁ ଦନ୍ତାର ମୃତଦେହ ଉଦ୍ଧାର

ଏଭଳି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଫରେଷ୍ଟ ସେକ୍ସନ ଆନ୍ତର୍ଗତ ଗୁରୁଜାଙ୍ଗ ଜଙ୍ଗଲରୁ l

0

(ଦେବଗଡ଼) : ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର । ଏଭଳି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଫରେଷ୍ଟ ସେକ୍ସନ ଆନ୍ତର୍ଗତ ଗୁରୁଜାଙ୍ଗ ଜଙ୍ଗଲରୁ l ହାତୀ ଶିକାର ପରେ ଦାନ୍ତ କାଢି ନେଇଯାଇଛନ୍ତି ଦୁର୍ବୃତ୍ତ ।

ସୂଚନାନୁଯାୟୀ , ସୁନ୍ଦରଗଡ଼ ଜିଲ୍ଲା ବଣାଇ ଓ ଦେବଗଡ଼ ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲ ରେ ଘଟିଛି ଘଟଣା l ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ବନବିଭାଗ ଅଧିକାରୀଙ୍କ ସହ ଘଟଣା ସ୍ଥଳ ଅଭିମୁଖେ ଯାଇଥିବା ସୂଚନା ମିଳିଛି l ପ୍ରାଣୀଧନ ବିଭାଗ ର ବିଭିଓ ମଧ୍ଯ ଯାଇଥିବା ବନଖଣ୍ଡ ଅଧିକାରୀଙ୍କ ସୂଚନା ମିଳିଛିl