ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା,ପୁଣି ଏକ ମୃତଦେହ ଉଦ୍ଧାର

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା ।

0

(ଅନୁଗୁଳ) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ତେବେ ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ୍ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ପୁରୁଣାଗଡ଼ ରେଞ୍ଜ ମାଧପୁର ଜଙ୍ଗଲ ମୌଜା ନିକଟକୁ ଏକ ଦନ୍ତା ହାତୀ ଆସିଥିବା ବେଳେ ଆଜି ସକାଳୁ ସକାଳୁ ହାତୀଟି ମରିପଡିଥିବା ଗାଁ ଲୋକମାନେ ଦେଖିବାକୁ ପାଇଥିଲେ। ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହେବ। ତେବେ କେଉଁ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।