ସମ୍ବଲପୁର ହାତୀ ମୃତ୍ୟୁ ଘଟଣା
ବ୍ୟବଚ୍ଛେଦ ରିପୋର୍ଟରେ ଗୁଲିମାଡ ହୋଇଥିବା ସୂଚନା
ସମ୍ବଲପୁର: ସମ୍ବଲପୁର ସାପଲହରା ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟରେ ହାତୀର ମୃତ୍ୟୁ ପୂର୍ବରୁ ଗୁଳିମାଡ କରାଯାଇଥିବା ଜଣାପଡଛି। ଆଠଗଡ ବନଖଣ୍ଡ ଅଧିନରେ ଥିବା ବଡମ୍ବା-ନରସିଂହପୁର ହାତୀ ମୃତ୍ୟୁ ଘଟଣାର ପୁନରାବୃତ୍ତି ହୋଇଛି। ଦେଶୀ ବନ୍ଧୁକ ମାଧ୍ୟମରେ ହାତୀକୁ ଗୁଳି କରାଯାଇଥିଲା। ଫଳରେ ହାତୀର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଅକାମୀ ହୋଇଯାଇଥିଲା। ସେଫ୍ଟିସେମିଆ ହୋଇ ଲିଭର, ହାର୍ଟ ପ୍ରମୁଖ ଅଙ୍ଗ ଅଚଳ ହୋଇଯାଇଥିଲା। ହାତୀର ଶବ ବ୍ୟବଚ୍ଛେଦ ବେଳେ ତା ଦେହରୁ ଗୁଳିକୁ ବାହାର କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ତିନିଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏନେଇ ଡିଏଫଓ ପ୍ରେସ ମିଟରେ ସୂଚନା ଦେଇଥିବା ଜଣାପଡିଛି।