କେନ୍ଦୁଝରରେ ପୁଣି ଗଲା ମା ଓ ଛୁଆ ହାତୀଙ୍କ ଜୀବନ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରବ ଗାଁ ନିକଟରେ ମାଆ ଓ ଛୁଆ ହାତୀଙ୍କ ମୃତ ଦେହ ଉଦ୍ଧାର । ଉଭୟ ହାତୀଙ୍କ ମୃତ ଦେହ ଦୀର୍ଘ ଘଣ୍ଟା ଧରି ପଡି ରହିବା ପରେ ବନବିଭାଗ ପଂହଁଚି ଥିଲେ ସୁଦ୍ଧା ଏହାକୁ ଘଣ୍ଟ ଘୋଡାଇ ପ୍ରାକୃତିକ ମୃତ୍ୟୁ ଦର୍ଶାଇବାକୁ ଚେଷ୍ଟା ଆରମ୍ବ କରିଛି।

0

(କେଉଁଝର) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ରବ ଗାଁ ନିକଟରେ ମାଆ ଓ ଛୁଆ ହାତୀଙ୍କ ମୃତ ଦେହ ଉଦ୍ଧାର । ଉଭୟ ହାତୀଙ୍କ ମୃତ ଦେହ ଦୀର୍ଘ ଘଣ୍ଟା ଧରି ପଡି ରହିବା ପରେ ବନବିଭାଗ ପଂହଁଚି ଥିଲେ ସୁଦ୍ଧା ଏହାକୁ ଘଣ୍ଟ ଘୋଡାଇ ପ୍ରାକୃତିକ ମୃତ୍ୟୁ ଦର୍ଶାଇବାକୁ ଚେଷ୍ଟା ଆରମ୍ବ କରିଛି।

ସୂଚନାନୁଯାୟୀ , ବିଷ କ୍ରିୟା କିମ୍ବା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଉଭୟଙ୍କ ପାଟିରୁ ରକ୍ତ ବାହାରିବା ସହ ଜଙ୍ଗଲରୁ ଘୋଷାରି ଘୋଷାରି ହୋଇ ଜଙ୍ଗଲରେ ମରିପଡିଥିବା ଜଣା ପଡୁଛି। ବିଜେପି ରେଞ୍ଜର ରବ ଅଂଚଳରେ ଏହି ୨ ହାତୀ ମା ଛୁଆ ଘୁରି ବୁଲିବା ସହ ବିଭିନ୍ନ ଗ୍ରାମରେ ପଶି କ୍ଷୟ କ୍ଷତି କରୁଥିଲେ । ବନବିଭାଗ ହାତୀଙ୍କୁ ଟ୍ରାକ କରୁଥିଲେ ହେଁ ମାଆ ଓ ଛୁଆ ହାତୀଙ୍କ ମୃତ୍ୟୁ ବିଷୟରେ ବିଳମ୍ବରେ ଜାଣିବା ସମସ୍ତଙ୍କୁ ଚକିତ କରିଛି।